ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

 ରାଉରକେଲା/ ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଦିନ ସଂଧ୍ୟା ୬ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ଉତ୍କଳମଣି ଙ୍କ ତ୍ୟାଗପୂତ ଜୀବନୀ,ଓଡିଆ ଭାଷା ଓ ଓଡ଼ିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତାମାନ କରାଯିବ । ଏଥିପାଇଁ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ ଭାବେ ବିଭକ୍ତ କରାଯାଇଛି । ଛାତ୍ର ଛାତ୍ରୀ ମାନେ ଦୁଇଟି ଭାଗରେ ବିଭକ୍ତ ହୋଇ ଆସନ୍ତା ୧୮ ତାରିଖ ରବିବାର ଦିନ ଭଂଜଭବନ ପରିସରରେ ହେବାକୁ ଥିବା ଦିନ ୯ ଟାରୁ ୯ଟା ୪୫ ପର୍ଯ୍ୟନ୍ତ ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବିଭାଗ ପାଇଁ ‘ ସମାଜସେବୀ ଗୋପବନ୍ଧୁ’ ଓ ବରିଷ୍ଠ ବିଭାଗ ପାଇଁ ‘ ସ୍ବତନ୍ତ୍ର ଓଡ଼ିଶା ଗଠନରେ ଗୋପବନ୍ଧୁଙ୍କ ଅବଦାନ ‘ ସଂପର୍କରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଶୁଦ୍ଧ ଓଡିଆ ଲିଖନ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବିଭାଗ ପାଇଁ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସମୟ ରଖାଯାଇଛି । ସେହିପରି ସାଧାରଣଜ୍ଞାନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବିଭାଗ ପାଇଁ ଓଡିଶା ସମ୍ବନ୍ଧୀୟ ବିଷୟ ଦିନ ୧୧ ଟାରୁ ୧୧ଟା୩୦ ମଧ୍ୟରେ କରାଯିବ। ବକୃତା ପ୍ରତିଯୋଗିତା ସଂଧ୍ୟା ୫ଟା ୩୦ରୁ ଆରମ୍ଭ ହୋଇ ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ଚାଲିବ । ବକୃତାରେ କନିଷ୍ଠ ବର୍ଗଙ୍କ ପାଇଁ ‘ ତ୍ୟାଗର ପ୍ରତୀକ ଗୋପବନ୍ଧୁ ‘ ଓ ବରିଷ୍ଠ ବର୍ଗ ପାଇଁ ‘ଗୋପବନ୍ଧୁଙ୍କ କାବ୍ୟ କବିତାରେ ଜାତୀୟ ଚେତନା ‘ ଶୀର୍ଷକ ରଖାଯାଇଛି । ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଭାଗନେବାକୁ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

Sunil Chandra Nayak

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

Sunil Chandra Nayak

ମାଁ କଳସୀ ଠାକୁରାଣୀ  ଙ୍କ ପୀଠରେ ସାତପାଲି ଗ୍ରାମ ରାଇଘର ର ଭାଦ୍ରବ ଯାତ୍ରା ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!