ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

ଅଞ୍ଚଳର ଲିଖିତ ଇତିହାସ ସାମାଜିକ ଓ ସାଂସ୍କୃତିକ ଜୀବନ ଧାରା କୁ ପ୍ରଭାବିତ କରିଥାଏ

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି’ ଅବିଭକ୍ତ କଳାହାଣ୍ଡିର ଐତିହ୍ୟ ସଂସ୍କୃତି ର ସୁରକ୍ଷା ଏବଂ ବିକାଶରେ କଳାକାର ଏଵଂ ଲେଖକଙ୍କ ସହଭାଗିତା’ ଶୀର୍ଷକ କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଆଲୋଚକ ଭାବେ ଡକ୍ଟର ଫନିନ୍ଦମ୍ ଦେଓ ଯୋଗ ଦେଇ ଉକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଜୀବନ ଧାରା ଓ ଦୃଷ୍ଟି ଭଙ୍ଗୀ ର ପ୍ରତୀକ ହେଉଛି ଲୋକନାଚ, ଲୋକଗୀତ, ଲୋକ ସଂସ୍କୃତି,ପରମ୍ପରା, ଗୁଡ଼ି, ମନ୍ଦିର ତଥା ସାହିତ୍ୟ ଯାହା କି କଳାହାଣ୍ଡିର ପରିବେଶ ଓ ପାରି ପାର୍ଶ୍ଵରେ ଗଢି ଉଠିଛି ଓ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳା ଓ ସଂସ୍କୃତି କୁ ବୁଝିବାକୁ ହେଲେ ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶିଲତା ବିଶ୍ଳେଷଣ କରିବା ଗୁରୁତ୍ଵପୂର୍ଣ୍ଣ। ଏ ସମସ୍ତ ରେ କଳାହାଣ୍ଡିର ଶ୍ରମିକ, କାରିଗରଙ୍କ କଳା ନୈପୁଣ୍ୟ ଦେଖିବାକୁ ମିଳେ।ମୋହନ ଗିରି, ଟୋପିଆ, ଅମାଠ, ବେଲଖଣ୍ଡି, ମାରାଗୁଡ଼ା, ବୁଢ଼ୀ କୋମନା,ଭଗ୍ନାଂଶ, ମନ୍ଦିର ଆଉ ଗଡ, କାଲି ଗଙ୍ଗା ଠାରୁ ଯୋଙ୍କ ନଦୀ ତଟ ର କଳା ମୁଗୁନି ପଥରର ବଡ଼ ଶିବ ଲିଙ୍ଗ,ବୁଢ଼ୀ କୋମନାର ପାତାଲେଶ୍ୱର୍ ଶିବ ମନ୍ଦିର, ତ୍ରିରଥ ଶୈଳୀ କଳାହାଣ୍ଡିର ଶିଳ୍ପ ମାନଙ୍କ ଶୈଳୀ ଓ ନିର୍ମାଣ କଳା ଉଚ୍ଚ କୋଟୀର ଥିବା ସୁଚନା ଦିଏ। ଏପରିକି ଛେଲିଆ ଗଡ଼, ଜୁମଲାଗଡ଼, ମାନିକ୍ ଗଡ, ଖୋଲଗଡ, ଗୋରାଗଡ, ଅସୁରଗଡ, ଓ କୋମନା ଗଡ ଠାରେ ମଧ୍ଯ ଆମ ଐତିହ୍ୟ ପରିଦୃଶ୍ୟ ହୁଏ। ଯେଉଁ ଅଞ୍ଚଳର ଲିଖିତ ଇତିହାସ ନାହିଁ ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଧାରା ଯେମିତି ଇତିହାସରେ ସ୍ଥାନ ପାଇବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଲେଖକ, ଐତିହାସିକ, କଳାକାର ମାନଙ୍କ ସକ୍ରିୟ ଭୂମିକା, ଜୀବାଶ୍ମ ର ଅଧ୍ୟାୟ, ବିଶ୍ଲେଷଣ କରି ଇତିହାସରେ ସ୍ଥାନ ଦେବା ଲେଖକ ର କର୍ତ୍ତବ୍ୟ ବୋଲି ସେ କହିଥିଲେ ଏଵଂ ଏହାକୁ ସୁରକ୍ଷା ଏଵଂ ବିକାଶ ପାଇଁ ପ୍ରୟାସ କରୁଥିବା’ କଳାହାଣ୍ଡି ବିକାଶ ପରିଷଦ’ କୁ ଅଭିନନ୍ଦନ ଜଣାଇଥିଲେ।କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡକ୍ଟର ସୁନିତି ମୁଣ୍ଡ କାର୍ଯ୍ୟକ୍ରମର ଆରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, କଳାହାଣ୍ଡିର କଳା ଓ ସଂସ୍କୃତି କେବଳ ନିଜ ଅଞ୍ଚଳର ପରିପ୍ରକାଶ ନୁହେଁ ବରଂ ମହାନ୍ ଧରୋହର ଏବଂ ଜାତୀୟ ସଂସ୍କୃତି,ପରମ୍ପରା ଓ ଅର୍ଥନୀତିର ଉତ୍ସ ପରିପୂରକ। କଳାହାଣ୍ଡିର କଳା ସଂସ୍କୃତିର ବିକାଶ ପ୍ରସ୍ତର ଯୁଗର ଅବଶେସର ଅନ୍ୱେଷଣ ଓ ଅଧ୍ୟୟନ ଦ୍ବାରା ଚିହ୍ନଟ ହୋଇଛି।। ତେଲ ନଦୀ ତଟ ର ଛିଲଦା, ଜୋକ୍ ନଦୀ ତଟ ର ମାରାଗୁଡ଼ା ଠାରେ ପ୍ରସ୍ତର ଯୁଗର ହାତ ହତିଆର ତିଆରି ହେଉଥିବାର ସୁଚନା ମିଳିଛି। ଗୁଡ ହାଣ୍ଡି, ଯୋଗୀ ମଠ, ଗୁରୁଡୋଙ୍ଗରର ପ୍ରାକୃତିକ ପଥର ଗୁମ୍ଫା ମାନଙ୍କ ରେ ପ୍ରାକ୍ ଐତିହାସିକ ଆକର୍ଷଣୀୟ ଅଙ୍କିତ ଚିତ୍ର, ଅଙ୍କିତ ଛବି ବିବିଧ ରଙ୍ଗର ବ୍ୟବହାର ପ୍ରସ୍ତର ଯୁଗର ସୃଜନଶିଳ ପରିପ୍ରକାଶ ର ମୁକସାକ୍ଷୀ। ଏତେ ସବୁ ସମ୍ବୃଦ୍ଧ ଥିବା  କଳାହାଣ୍ଡି ଆଜି ବିଶ୍ଵ ଦରବାରରେ କଙ୍କାଳ ପରି ରୂପ ଚିତ୍ରଣ କରାଯାଉଛି। ଏସବୁର ସତ୍ୟତାକୁ ଉପସ୍ଥାପନ କରିବାକୁ ଆଜି ଏହିଭଳି ଏକ କର୍ମଶାଳା ର ଆୟୋଜନ କରି ଏହାକୁ ଲୋକାଭିମୁଖୀ କରିବାର ପର୍ଯାତ୍ନ କରାଯାଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନେ ନିଜ ନିଜ ମତ ଉପସ୍ଥାପନ କରିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ର ସୁରକ୍ଷା ପାଇଁ ଲେଖକ ଏଵଂ କଳାକାରଙ୍କୁ ଆହ୍ବାନ କରିବା ସହିତ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନା କରିଥଲେ। ଧର୍ମଗଡ ନଗରପାଲ ଅଶୋକ କୁମାର ମହାନ୍ତି ଧର୍ମଗଡ ବିକାଶ କାର୍ଯ୍ୟରେ ଏନଏସି ଅଞ୍ଚଳରେ ରହୁଥିବା ସମସ୍ତ ଲେଖକ ଏବଂ କଳାକାର ଙ୍କ ମାଧ୍ୟମରେ ଯାହା ଉନ୍ନତି ମୂଳକ କାର୍ଯ୍ୟ ହେବ ସେଥିପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କର୍ମଶାଳାରେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ପୁର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଜନ ସମାଗମ ହୋଇ କଳାହାଣ୍ଡି ର ଐତିହ୍ୟ ଓ ସସ୍କୃତି ର ସୁରକ୍ଷା ସହିତ ଲେଖକ ଏବଂ କଳାକାର ଙ୍କ ଦାୟିତ୍ବ କଣ ହେବା କଥା ତାହା ଆଲୋଚନା ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ: ଅଟୋ ସହ ଦେଶୀ ମଦ ଜବତ

Sunil Chandra Nayak

Leave a Comment

error: Content is protected !!