ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଟାଙ୍ଗପଦର ଓ ଲାଞ୍ଜିଗଡ଼ରୋଡ଼ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୧୭/୦୭(ମନିସ)- କଳାହାଣ୍ଡି ଜିଲ୍ଲାରେ ପି. ଅନ୍ବେଷା ରେଡ୍ଡୀ ନୂତନ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜିଲ୍ଲାର ୧୪୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସାମୁହିକ ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି ! ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକର ୧୫ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନ୍ୟ ବ୍ଲକକୁ ବଦଳି ହୋଇଛି ! ବଦଳି ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ସଫଳତାର ସହିତ କାର୍ଯ୍ୟ କରିଥିବାବେଳେ ସେମାନଙ୍କୁ ପଞ୍ଚାୟତ ଅଞ୍ଚଳର ଲୋକେ ଭାବବିହ୍ବଳ ପରିସ୍ଥିତିରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ! ଏଇକ୍ରମରେ ବ୍ଲକର ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଏଥିରେ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଦସ୍ୟା ମୁକ୍ତା ଭୋଇ, ନାଏବ ସରପଞ୍ଚ ଅନଙ୍ଗ ମାଝୀ, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ, ଗାଁ ସାଥୀ ସୁଶାନ୍ତ ଚନ୍ଦନଙ୍କ ସମେତ ସମସ୍ତ ୱାର୍ଡସଭ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ ! ଏଥିରେ ଯୋଗାଣସହାୟକ ନାରାୟଣ ପ୍ରସାଦ ନାୟକ ସଭା ପରିଚାଳନା କରିଥିବାବେଳେ କାହ୍ନା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ! ସେହିପରି ଭଟାଙ୍ଗପଦର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ପର୍ବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ କୁମାର ମହାରଣାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ, ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, କନିଷ୍ଠଯନ୍ତ୍ରୀ ଗୋଲକ ଭୋଇ, ଗ୍ରାମରୋଜଗାର ସେବକ ରାଧାମୋହନ କରୁଆଁ, ବସନ୍ତ ନାଗ, ଯୋଗାଣ ସହାୟକ ପ୍ରତାପ ବିଭାର, ପୂର୍ବତନ ସରପଞ୍ଚ ବାସ ମାଝୀଙ୍କ ସମେତ ୱାର୍ଡସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାରଣାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ !

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ବାଲ୍ ଯାତ୍ରାରେ ଏକାଠି ହେଲେ ସାତପାଲି ମୁଖ୍ୟ , ମାଟି ଦେବତାଙ୍କ ନିକଟରେ ନବାନ୍ନ ଚଢିଲା 

Sunil Chandra Nayak

Leave a Comment

error: Content is protected !!