ପାପଡାହାଣ୍ଡି,17/7, — ଲଘୁଚାପ ଜନିତ ଲଗାଣ ବର୍ଷାରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଗଣ୍ଡଭଟ୍ଟା ଗ୍ରାମରେ ଘର ଭାଙ୍ଗି ଦୁଇ ପରିବାର ହନ୍ତସନ୍ତ ହୋଇଛନ୍ତି | ଜୟରାମ ବିନ୍ଧାଣି ଓ ଲକ୍ଷ୍ମଣ ବିନ୍ଧାଣି ସେମାନଙ୍କ ପରିବାରକୁ ନେଇ ଗୋଟିଏ ଛାତ ତଳେ ଦୁଇଙ୍କ ଘର ରହିଥିଲା | ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡି ଯାଇଛି | ଯଦ୍ୱାରା ଉଭୟଙ୍କ ପରିବାର ଏଗାର ଜଣ ସଦସ୍ୟ ଏବେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି | କୁଲି ମଜୁରି କଲେ ଏମାନଙ୍କ ପରିବାର ଚଳେ, ଅର୍ଥ ଅଭାବରୁ ସେମାନେ ନିଜ ଘର ସଜାଡିବାକୁ ସକ୍ଷମ ହୋଇପାରିନାହାନ୍ତି | ଶୀଘ୍ର ଉଭୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି |
ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି |