ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲମ ଫାଣ୍ଡି ଖଇରମାଲ ଛକ ଠାରେ ପିକ୍ଅପ୍ ଭେନ ସହ ବାଇକ୍ ଧକ୍କା,ଜଣେ ମୃତ,୨ ଆହତ 

କେସିଙ୍ଗା,୨୬.୫.୨୨(ମ ନି ସ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ ଫାଣ୍ଡି  ଅନ୍ତର୍ଗତ ଖଇରମାଲ ଛକ ଠାରେ ଆଜି ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ଓଆର୍ ୦୮ବି ୭୭୨୧ ନମ୍ବର ବିଶିଷ୍ଟ ଏକ  ୨୦୭ ପିକ୍ଅପ୍ ଭେନ ସହ ଓଡି ୦୩ ଡି ୧୯୫୬ ନମ୍ବର ବିଶିଷ୍ଟ ଏକ ପେସନ ପ୍ରୋ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମର ବୃନ୍ଦା ବାଗ ଙ୍କ ଏକମାତ୍ର ପୁଅ ଜଗତରାମ ବାଗ (୩୦) । ଅନ୍ୟ ଦୁଇ ଆହତ ହେଉଛନ୍ତି ଦାଣ୍ଡିଭଜା ଗ୍ରାମର ରବିନ୍ଦ୍ର ବାଗ(୨୩) ଓ ଅଲିମ୍ ଖାଁ (୨୨) ବୋଲି ଜଣାପଡିଛି । ଦୁର୍ଘଟଣା ସଂପର୍କରେ ପଲମ ଫାଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରିବା ପାଇଁ ଗୃହରକ୍ଷୀ ଦିପକ ସାହୁ ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଭର୍ତ୍ତି କରାଯାଇଥିଲା । ତେବେ ଏଥିରେ ଡାକ୍ତର ଜଗତରାମ ବାଗ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ  ଦୁଇ ଜଣ ରବିନ୍ଦ୍ର ଓ ଆଲିମ ଙ୍କୁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।  କେସିଙ୍ଗା ଥାନାରେ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି ।   ପୁଲିସ ଦୁର୍ଘଟଣା ଗସ୍ତ ପିକ୍ଅପ୍ ଏବଂ ବାଇକ୍ କୁ ଜବତ କରିବା ସହ ପିକ୍ଅପ୍  ଗାଡ଼ି ଡ୍ରାଇଭର କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅପରପକ୍ଷରେ ପୁଲିସ ମୃତ ଯୁବକ ର  ଶବକୁ ଜବତ କରି କେସିଙ୍ଗା ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ପୁଲିସ ସୂତ୍ରରୁ  ମିଳିଥିବା ସୂଚନା ଅନୁସାରେ ପ୍ରକାଶ ଯେ, ମ.ରାମପୁର ପଟୁ ଦେଇ ଅମାଠ ଆଡ଼କୁ ୨୦୭ ପିକ୍ଅପ୍ ଗାଡ଼ି ଯିବା ସମୟରେ ପଛେ ପଛେ ବାଇକଟି ଯାଉଥିଲା । ତେବେ ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ଖଇରମାଲ ଛକ କୁ ପିକ୍ଅପ୍ ଗାଡ଼ି ପହଞ୍ଚି ଖଇରମାଲ ଗାଁ ବସ୍ତି ଭିତରକୁ ପ୍ରବେଶ କରୁଥିବା ସମୟରେ ପଛରେ ୩ ଜଣ ବସି ଆସୁଥିବା ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା ।  ଶିଶାଖାଲ ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ରେଗେଡା ଗ୍ରାମରୁ ବାଇକ୍ ଯୋଗେ ତିନି ଜଣ ବସି ଆସୁଥିଲେ । ତେବେ ପିକ୍ଅପ୍ ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍ ଚାଳକ ମୁଣ୍ଡରେ ଶକ୍ତ ଧକ୍କା ହେବା ସହ ଅତି ଗୁରୁତର ହୋଇଥିଲେ ଏବଂ ବାଇକ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ପଲମ ଫାଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳରେ  ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା ।

Related posts

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

Sunil Chandra Nayak

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

ରେଙ୍ଗାଳପାଲି ଗ୍ରାମରେ ଚିତ୍ରଗୁପ୍ତ ପୂଜା ଉପଲକ୍ଷେ ରାତିରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort