ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାକେଶ କୁମାର ପଟ୍ଟନାୟକ ଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି

ଭବାନୀପାଟଣା:୨୬/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାହାଦୂର ବଗିଚା ପଡାସ୍ଥିତ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପୁଅ ରାକେଶ କୁମାର ପଟ୍ଟନାୟକ ୩୫ ବର୍ଷ ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ଶୁଣିବା ପରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏକ କନ୍ୟା ସନ୍ତାନ ରହିଛନ୍ତି। ମେଳାପି ଓ ପରୋପକାରୀ ଗୁଣ ସମ୍ପନ୍ନ ବକ୍ତି ଭାବରେ ପରିଚିତ ଥିଲେ। ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ଯକ୍ତି ଥିଲେ। ତାଙ୍କର ବିୟୋଗରେ ଏକ ପ୍ରକାର ପରିବାର ଅସହାୟ ହୋଇଯାଇଛି ତାଙ୍କର ଲିଭର ଜନିତ ରୋଗରେ ଦୁଇ ବର୍ଷ କାଳ ପୀଡିତ ରହିଥିଲେ। କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳେ ତାଙ୍କର ମର ଶରୀର ନିଜ ବାସ ଭବନରେ ପହଞ୍ଚି ଥିଲା। ମର ଶରୀର ପାଖରେ ଜ୍ଞାତୀ କୁଟୁମ୍ବ ପରିଜନ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଶବ ଦାହ କରାଯାଇଥିଲା। ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ବିଭିନ୍ନ ମହଲରେ ମଙ୍ଗଳ କାମନା କରିଛନ୍ତି ।

 

Related posts

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

ଶିଷ୍ଟ କରଣ ସଂଘର ସାଧାରଣ ବୈଠକ

Sunil Chandra Nayak

ଧଅଁରାଭଟାରେ କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!