ପୂର୍ଣ୍ଣାଙ୍ଗ ଦାୟିତ୍ବ
ସନ୍ତୋଷ କୁମାର ସାହୁ
ଅବଦମିତ ମୁହୂର୍ତ୍ତ ଗୁଡାକ
ଈଶ୍ବରଙ୍କ ଇଚ୍ଛାରେ ଆବର୍ତ୍ତମାନ
କେତେ ବେଳେ ଯଶ ,ପ୍ରଶଂସା
କେବେ ନିନ୍ଦା ଅପମାନ ।
କପାଳରେଖା କେତେବେଳେ ଆଶୀର୍ବାଦ
କେତେବେଳେ ତଥାସ୍ତୁର ପ୍ରତିଶୃତିରେ
ଆଗକୁ ଧାବମାନ,ଧଇଁସଇଁ ହୋଇ
ଅବା କେବେ ଘୋଷାରି ଘୋଷାରି
ଅବଶିଷ୍ଟ ମଶାଣିମୁହାଁ ଆୟୁଷଟିକକୁ
ଅମର କରିବା ପାଇଁ ।
କର୍ତ୍ତବ୍ୟ ଦାୟିତ୍ଵରେ ବନ୍ଧା
ପ୍ରତି କ୍ଷଣ କ୍ଷତାକ୍ତ ହୃଦୟୀ ମଣିଷ
ଦୁଃଖକୁ ଅଣ୍ଟିରେ ଗୁରେଇ
ଅଣବିଶ୍ବାସୀ ସମ୍ପର୍କମାନଙ୍କ
ଲଙ୍କାଧୂଆଁରେ
ଅଣନିଃଶ୍ୱାସୀ ହୋଇ
ଦୃଢ଼ ଇଚ୍ଛାଶକ୍ତି ଓ ବିଶ୍ୱାସକୁ ପାଥେୟ କରି
ପଙ୍ଗୁ ସାଜିଥିବା ସ୍ୱାର୍ଥପର ମାନଙ୍କର
ସବୁ ଅର୍ଦ୍ଦଳି ,ପିଠିରେ ବୋହି ଧରି
କୁବ୍ଜ ହୋଇ ଚାଲିବାର ସାର୍ଥକତା
କିଏ ସେ ବୁଝିବ କାହିଁକି ?
ସେଇ ଈଶ୍ୱର ନିରାକାରଙ୍କର
ପୂର୍ଣ୍ଣାଙ୍ଗ ଦାୟିତ୍ବ ,ଉଦ୍ଦେଶ୍ୟ ଭାବି
ନିଶ୍ଚିତ ରହି ବାଟ ଚାଲିବା
ଉଚିତ୍ ହେବ ନାହିଁକି ?