ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ ଙ୍କ କବିତା ତମାଖୁ ସେବନ କରିବା ବର୍ଜନ

ତମାଖୁ ସେବନ କରିବା ବର୍ଜନ

ତମାଖୁ ସେବନ ମୃତ୍ଯୁର କାରଣ 

          ବର୍ଷକୁ ପଚାଶ ଲକ୍ଷ 

ସମସ୍ତ ଦେଶର କିଶୋରୀ କିଶୋର 

         ମଧ୍ଯରେ ମେଲିଛି ପକ୍ଷ। 

ଆମ ଭାରତରେ ପୁରୁଷ ମଧ୍ଯରେ 

        ଅଠଚାଳିଶ ଶତାଂଶ 

ତମାଖୁ ସେବନ କରି ପ୍ରତିଦିନ 

        ଜୀବନ କରନ୍ତି ଧ୍ବଂସ। 

ବିଂଶ ଦଶମିକ ତିନି ଶତକଡା 

        ନାରୀ କରନ୍ତି ସେବନ 

ଏ ପରିସଂଖ୍ୟାନ ଭବିଷ୍ୟତ ପାଇଁ 

         ଅଟେ ଅଶୁଭ ଲକ୍ଷଣ। 

ସିଗାର୍ ସିଗାରେଟ୍ ବିଡ଼ି ହୁକା ଓ ଚିଲମ 

       ଏ ସମସ୍ତ ଧୂମଯୁକ୍ତ 

ଗୁଟୁଖା ଖଇନି ଇ-ସିଗାରେଟ୍ କିମାମ୍ 

         ଏଗୁଡ଼ାକ ଧୂମମୁକ୍ତ। 

ଭାଙ୍ଗ ନାସ ମାୱା ଇତ୍ୟାଦି ମଧ୍ଯରେ 

         ନିକୋଟିନ୍ ଥାଏ ଅଦୃଶ୍ଯେ 

ଚର୍ବଣ ଆଘ୍ରାଣ କିମ୍ବା ଧୂମପାନ 

         ନାନା ମାଧ୍ଯମରେ ନାଶେ। 

ତମାଖୁ ଗଛର ପତ୍ର ଓ ଫୁଲରେ 

         ନିକୋଟିନ୍ ରହିଥାଏ 

ସମସ୍ତ ମାଦକ ତିଆରି ସେଥିରୁ 

        ମୋହଗ୍ରସ୍ତ କରିନିଏ। 

ପରୋକ୍ଷରେ ଧୂମ କରିଲେ ଗ୍ରହଣ 

         ତାହା ବି କ୍ଷତିକାରକ 

ଫୁସଫୁସ୍ ଭିତରକୁ ପ୍ରବେଶ କରିଣ 

          ଘଟାଏ କ୍ଷତି ଅନେକ। 

ପ୍ରତ୍ଯକ୍ଷେ ପରୋକ୍ଷେ ଜ୍ଞାତେ ବା ଅଜ୍ଞାତେ 

           ତମାଖୁ କଲେ ସେବନ 

ବିଭିନ୍ନ କର୍କଟ ରୋଗର ବାହକ 

             ସାଜି ସେ ନିଏ ଜୀବନ। 

ଶ୍ବାସନଳୀ ରୋଗ ହୃଦ’ଜନିତ ରୋଗ 

            ଧମନୀର କଠିନତା 

ତମାଖୁ ସେବନ କରିଥାଏ ନ୍ଯୁନ 

          ପ୍ରଜନନର କ୍ଷମତା। 

ମାଢ଼ି ସଂକ୍ରମଣ ମସ୍ତିଷ୍କର ତାତି 

            ଆଜ୍’ମା ଅନ୍ଧତ୍ବ ସହିତ 

ନିମୋନିଆ ଭଳି ଦୀର୍ଘସ୍ଥାୟୀ ରୋଗ 

           ତମାଖୁ କରେ ସ୍ବାଗତ। 

ତମାଖୁ ଧୂଆଁରେ ଥାଏ ମାରାତ୍ମକ 

          ରାସାୟନିକ ପଦାର୍ଥ 

ସାତ ହଜାରରୁ ଅଧିକ ମଧ୍ଯରେ 

          ଅଣସ୍ତରୀଟି ଅନର୍ଥ। 

କର୍କଟ ରୋଗର ସେ ହୁଏ କାରଣ 

          ଅକାଳେ ଜୀବନ ନିଏ 

ଧୂମପାନଠାରୁ ଦୂରେଇ ରହନ୍ତି 

          ସ୍ବାସ୍ଥ୍ଯ ସଚେତନ ଯିଏ। 

ଧୂମମୁକ୍ତ ଥିବା ତମାଖୁରେ ଥାଏ 

         ତିନି ହଜାରରୁ ବେଶି 

ତା’ ମଧ୍ଯରେ ଥିବା ମାରାତ୍ମକ ସଂଖ୍ଯା 

          ହୋଇଥାଏ ଅଠେଇଶି। 

ନବ ସୁଶିକ୍ଷିତ କଞ୍ଚା ବୟସର 

      କିଶୋରୀକିଶୋରଗଣ 

ଧୂମମୁକ୍ତଥିବା ତମାଖୁକୁ ସର୍ବେ 

         ଗୁପ୍ତେ କରନ୍ତି ଗ୍ରହଣ। 

ମୁଖ ଗଳା କିଡ୍ନୀ ଲିଭର୍ ପାକସ୍ଥଳୀ 

          ଇତ୍ଯାଦି ସ୍ଥାନେ କର୍କଟ 

ସୃଷ୍ଟି କରି ସବୁ ସମାପ୍ତ କରଇ 

          ବଞ୍ଚିବାର ଯେତେ ବାଟ। 

ତମାଖୁ ନ ବାଛି ବାଛିବା ଜୀବନ 

         ସୁସ୍ଥ ପରିବେଶ ପାଇଁ 

ଅଯଥା ଅକାଳେ ଜୀବନ ବିକଳେ 

         ନ ହୋଇବା ଧଇଁସଇଁ। 

ମଇ ମାସ ଏକ ତିରିଶରେ ଆସେ 

          ତମାଖୁ ବର୍ଜନ ଦିନ 

ସକ୍ରିୟ ସତର୍କ ସଚେତନ ସହ 

          ହେଉ ସକାରାତ୍ମକ ମନ। 

ହୋଇବ ଉଦ୍ଭବ ଯେପରି ସମ୍ଭବ 

            ଆମ ପାଇଁ ତା’ ଆହ୍ବାନ 

ତର୍କ ପେଣ୍ଟିଂ ସ୍ଲୋଗାନ୍ ପ୍ରତିଯୋଗିତାରେ 

            କରିବା ତାହା ପାଳନ। 

     

ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ
ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ନବରଙ୍ଗପୁର ବିଧାୟକଙ୍କ ବିଭିନ୍ନ କାର୍ଜ୍ୟକ୍ରମ ରେ ଯୋଗଦାନ୍

Sunil Chandra Nayak

Leave a Comment

error: Content is protected !!