ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଏତେ ଦିନ ଧରି ପ୍ରଭୁ କରି ଆଶ୍ରା

     କେଉଁ ଫଳ ଦେବ ମୋତେ

ସେଫଳ ଖାଇକି ଜୀବନ ବଞ୍ଛିବି

    ମୋଭାବ ଭକ୍ତି ତୋ ହାତେ।

ସନ୍ତୋଷ କରିବ ଅନ୍ତର ପୁରିବ

        ଜଗତ ଉଠିବ ହସି

ପ୍ରଭୁ ଭାବ ଭକ୍ତି ଦେଇ ଥାଏ ଶକ୍ତି

     ଭକ୍ତ ଜନ ପାଦେ ମିଶି।

 କରୁଣା ତାଙ୍କର ମହିମା ଅପାର

      ବିଶ୍ବେ ଥାଏ ତାଙ୍କ ମଠ

ଜନକୁ ବୁଝାଇ ମାର୍ଜିତ କରଇ

   ଦେଖା ଶିକ୍ଷା ଭଲ ବାଟ।

ତୁମ ନାମ ଧରି ପାପି ହୁଏ ପାରି

    ମୁଖେ ଧରି ହରି ନାମ

ଭଜନ କୀର୍ତ୍ତନ ଜଣାଣ ଗାଉଛି

    ପ୍ରଭୁ ଘେନ ମୋ ପ୍ରଣାମ।

ଶୁଣି ଦେଲେଗାନ ପୁଣ୍ୟ ମୋ ଜୀବନ

     ନିଜକୁ ଧନ୍ୟ ମଣିଲି

ଏମିତି ପ୍ରଭୁଙ୍କୁ ଦର୍ଶନ କରିଲେ

       ଜୀବନ ନିସ୍ତାର ହେଲି।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସଫଳ ଦୁଇ ମହିଳା ଚାଷୀ

Sunil Chandra Nayak

କଳାହାଣ୍ଡି : ଲାଞ୍ଜିଗଡ ରୁ ରାଜଧାନୀ … କେମିତି ଥିଲା ଯାତ୍ରା ! କେମିତି ବନିଲେ କୋଟିପତି..

Sunil Chandra Nayak

ଧର୍ମରାଜ ପ୍ରଧାନ  ଙ୍କ କବିତା ମୁଠି ଛିଆ

Leave a Comment

error: Content is protected !!