ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଏତେ ଦିନ ଧରି ପ୍ରଭୁ କରି ଆଶ୍ରା

     କେଉଁ ଫଳ ଦେବ ମୋତେ

ସେଫଳ ଖାଇକି ଜୀବନ ବଞ୍ଛିବି

    ମୋଭାବ ଭକ୍ତି ତୋ ହାତେ।

ସନ୍ତୋଷ କରିବ ଅନ୍ତର ପୁରିବ

        ଜଗତ ଉଠିବ ହସି

ପ୍ରଭୁ ଭାବ ଭକ୍ତି ଦେଇ ଥାଏ ଶକ୍ତି

     ଭକ୍ତ ଜନ ପାଦେ ମିଶି।

 କରୁଣା ତାଙ୍କର ମହିମା ଅପାର

      ବିଶ୍ବେ ଥାଏ ତାଙ୍କ ମଠ

ଜନକୁ ବୁଝାଇ ମାର୍ଜିତ କରଇ

   ଦେଖା ଶିକ୍ଷା ଭଲ ବାଟ।

ତୁମ ନାମ ଧରି ପାପି ହୁଏ ପାରି

    ମୁଖେ ଧରି ହରି ନାମ

ଭଜନ କୀର୍ତ୍ତନ ଜଣାଣ ଗାଉଛି

    ପ୍ରଭୁ ଘେନ ମୋ ପ୍ରଣାମ।

ଶୁଣି ଦେଲେଗାନ ପୁଣ୍ୟ ମୋ ଜୀବନ

     ନିଜକୁ ଧନ୍ୟ ମଣିଲି

ଏମିତି ପ୍ରଭୁଙ୍କୁ ଦର୍ଶନ କରିଲେ

       ଜୀବନ ନିସ୍ତାର ହେଲି।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଡକାୟତି ଭାବି ନିରୀହଙ୍କୁ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ସମସ୍ୟା ଘେରରେ ଏସଟି ବାଳିକା ହଷ୍ଟେଲ , ହଷ୍ଟେଲ ଛାଡିଛନ୍ତି ୭୦’ ଅନ୍ତେବାସୀ

Sunil Chandra Nayak

ପଞ୍ଚାୟତ ଗୃହ କାର୍ଯ୍ୟ ସ୍ଥଗିତ କରିବାକୁ ବିଡ଼ିଓ ଙ୍କୁ ଅଭିଯୋଗ କଲେ ତୁନଗାଁ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!