ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିକୂଳ

       ପ୍ରତିକୂଳ 

            ଶ୍ଯାମା ପ୍ରସାଦ୍ ବୋଷ୍ 

ପ୍ରତିକୂଳ ସ୍ଥିତି ଜୀବନର ଗତି 
ଆୟୁଷ ର ସାଥେ ଚଳି 
ସମୟ ସ୍ରୋତରେ ଧାବମାନ ହୁଏ 
ଜୀବନ ଜୀବିକା କଳି । 
ପ୍ରତିକୂଳ ସ୍ରୋତେ ସରବେ ଚଳନ୍ତି 
ସ୍ରୋତର ନିୟମ ମାନି 
ପ୍ରକୃତି ନିୟମ ହୁଏ ନାହିଁ ବାମ 
ପ୍ରତିକୂଳ ନିଏ ଟାଣି । 
ପ୍ରତିକୂଳେ ବଢି ପରିବେଶ ଗଢି 
ପ୍ରକୃତି କରିଛି ଦାନ 
ଜୀବ ଜଗତ କୁ ଦେଇଛି ସୁରକ୍ଷା 
ବଢାଇ ତାହାର ମାନ । 
ପ୍ରତିକୂଳ ସାଥେ ଏ ଜୀବ ଜୀବନ 
ବୟସ ସୋପାନେ ଯାଇ 
ଶିଶୁ ରୁ କୈଶ୍ବର ଯୁବା ବୃଦ୍ଧାବସ୍ଥା 
ପ୍ରତିକୂଳେ ଥାଏ ପାଇ । 
ଏ ସାରା ସଂସାର ପ୍ରତିକୂଳ ଦେଇ 
ଗତି କରୁଥାଏ ପରା 
ସୃଷ୍ଟିର ନିୟମେ ସବୁ ଧରା ବନ୍ଧା 
ପ୍ରତିକୂଳେ ଦିଏ ଧରା । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ପ୍ରଗତିଶୀଳ ରାଜ୍ୟର ଦୁର୍ଗମ ଅଞ୍ଚଳର କରୁଣ କାହାଣୀ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ

Sunil Chandra Nayak

ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ।

Sunil Chandra Nayak

ଚାଷୀଙ୍କୁ ଆଶ୍ୱସ୍ତି,ଧାନ ସମେତ ୧୭ ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

Leave a Comment

error: Content is protected !!