ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଘାସଫୁଲ

   ଘାସଫୁଲ

       ପ୍ରତାପ କିଶୋର ରାଉତ

ଭୟରେ ହେଉ ବା ସନ୍ତର୍ପଣ ରେ ହେଉ
କେଉଁ ଅନାଦି କାଳରୁ ମୁଣ୍ଡ ଟେକି ବାଟ ଚାଲେ
ପାଦତଳେ ମକଚି ଦେବାର ଭୟ
ମୁଣ୍ଡ ଉପରେ ଡେମୋକ୍ଲିସ ଖଡ୍ଗ
ବୈଶାଖର ନାଲି ଆଖି
ଶ୍ରାବଣ ର ମେଘମନ୍ଦ୍ର ଗର୍ଜନ
ଶୈତ୍ୟର କାକର ଟୋପା ରେ
ଭାଗ୍ୟ ବଦଳାଇବାର କ୍ଷଣିକ ସୁଖ,
ଆକାଶ ର ଆଖିରେ ସ୍ୱପିଳ ରଙ୍ଗ
ପ୍ରବୋଧନା ର ନୂଆ ସକାଳ
ବଞ୍ଚିବାର ରାହା ଦିଏ ଆଗାମୀ ଦିନକୁ
ସମାଜ ର ପ୍ରତି କୋଣ ଅନୁକୋଣେ
ମରି ମରି ବଞ୍ଚିବାର ଅନାହତ ବିଶ୍ୱାସ
ରଙ୍ଗ ଭରା ସକାଳ ରେ 
ହଜାର ସ୍ବପ୍ନର କ୍ଷଣିକ ଇସାରା 
ବଞ୍ଚିବାକୁ ଯୋଗାଣ ଦିଏ ,
କିଏ ଜାଣେ ଭାଗ୍ୟ ରେ କଣ ଅଛି
ଜୀବନ ର ମାନେତ ଯନ୍ତ୍ରଣା
ଏସବୁକୁ ଦେହସୁଆ କରିବାକୁ ଚେଷ୍ଟା
ଡେଣାରେ ସଞ୍ଚିତ ବଳ କୁ 
ପରଖିବାରେ ନିୟତ ପ୍ରୟାସ
ସକାଳ ର ପ୍ରତୀକ୍ଷା ରେ ଦିନ ପରେ ଦିନ ବିତେ
ତଥାପି ଆଗାମୀ ସକାଳ କି ସ୍ୱପ୍ନ ଆଣିବ
ଦେଖୁ ଦେଖୁ ରାତି ପାହେ 
ଘାସ ଫୁଲ ହୋଇ ବଞ୍ଚିବା କଣ ସମ୍ଭବ????

ତେନ୍ତୁଳିପଦୀ , ହାଟଡ଼ିହି , କେନ୍ଦୁଝର

   

Related posts

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ “

Sunil Chandra Nayak

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ଗୁରୁତ୍ୱ ଦେବାକୁ କହିଲେ ବ୍ଲକ ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!