ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଭାଙ୍ଗିଲା ଘର ବେସାହାରା ଏବେ ପରିବାର

ଡାଳଗୁମା( ମ ନି ସ)    ଲଘୁଚାପ ଜନିତ ଲଗାଣ ବର୍ଷାରେ ଦଣ୍ଡପାଟ ଅଞ୍ଚଳ ର ପର୍ଲା ପଞ୍ଚ୍ୟାୟତ ଅଧିନସ୍ତ ଚିତାମୁଣ୍ଡ। ଗ୍ରାମର ଝାଟି ମାଟି କୁଡିଆ ରେ ରହୁଥିବା ସନ୍ତୋଷ ଲିମ ଗୋଛିଆ ଙ୍କ ଘର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭାଙ୍ଗି ଯାଇଅଛି । ସନ୍ତୋଷ ଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଚାରି ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା କୁଡିଆ ରେ ରହୁଥିଲେ ,ପରିବାର ଲୋକେ ଘର ଭିତରେ ଥିବା ବେଳେ ହଟlତ ଭାଙ୍ଗି ଯାଇଥିଲା କେହି ଆହତ ହୋହି ନ ଥିଲେ ମଧ୍ୟ ସନ୍ତୋଷ ଏବେ ବାସହରା ହୋଇଯାଇଛନ୍ତି।   ଅବlସ ଯୋଜନା ପାଇଁ ବାରମ୍ବାର ପ୍ରଶାସନ ଙ୍କୁ ଜଣାଇ ଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ସରକାରୀ ସହାୟତା କହିଲେ ରେଶନ କାର୍ଡ ମାଧ୍ୟମ ରେ ୨୦ କିଲୋ ଚାଉଳ , ପରଘରେ ମୂଳ ଲାଗିଲେ ଚଲେ। ଏମିତି ରେ ଭାଙ୍ଗି ଯାଇଥିବା ଘରକୁ ମରାମତି କରିବାରେ ଚିନ୍ତା ରେ ସନ୍ତୋଷ ପରିବାର। ଘର ଭାଙ୍ଗିବା ଖବର ପାଇ ସ୍ଥାନୀୟ ସରପଞ୍ଚ ୱର୍ଡ ମେମ୍ବର ସନ୍ତୋଷ ର ପରିବାର ପାଖରେ ପହଞ୍ଚି ସହାୟତା ର ହାତ ବଡ଼ାଇ ଅଛନ୍ତି। ସ୍ଥାନୀୟ ସରପଞ୍ଚ ବିଡ଼ିଓ ତହସିଲଦାର ଙ୍କୁ ଜଣାଇ ପଲିଥିନ ର ବ୍ୟବସ୍ତା କରି ଛନ୍ତି ,ସନ୍ତୋଷ ଙ୍କୁ ତୁରନ୍ତ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉ ଅଛି ।

ଡାଳଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନର ପୂର୍ଣ୍ଣାଙ୍ଗ କମିଟି ଗଠିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ପାଇଁ ଦାବି କଲା ଆଲୁମିନାଇ କମିଟି 

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

Leave a Comment

error: Content is protected !!