ଡାଳଗୁମା( ମ ନି ସ) ଲଘୁଚାପ ଜନିତ ଲଗାଣ ବର୍ଷାରେ ଦଣ୍ଡପାଟ ଅଞ୍ଚଳ ର ପର୍ଲା ପଞ୍ଚ୍ୟାୟତ ଅଧିନସ୍ତ ଚିତାମୁଣ୍ଡ। ଗ୍ରାମର ଝାଟି ମାଟି କୁଡିଆ ରେ ରହୁଥିବା ସନ୍ତୋଷ ଲିମ ଗୋଛିଆ ଙ୍କ ଘର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭାଙ୍ଗି ଯାଇଅଛି । ସନ୍ତୋଷ ଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଚାରି ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା କୁଡିଆ ରେ ରହୁଥିଲେ ,ପରିବାର ଲୋକେ ଘର ଭିତରେ ଥିବା ବେଳେ ହଟlତ ଭାଙ୍ଗି ଯାଇଥିଲା କେହି ଆହତ ହୋହି ନ ଥିଲେ ମଧ୍ୟ ସନ୍ତୋଷ ଏବେ ବାସହରା ହୋଇଯାଇଛନ୍ତି। ଅବlସ ଯୋଜନା ପାଇଁ ବାରମ୍ବାର ପ୍ରଶାସନ ଙ୍କୁ ଜଣାଇ ଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ସରକାରୀ ସହାୟତା କହିଲେ ରେଶନ କାର୍ଡ ମାଧ୍ୟମ ରେ ୨୦ କିଲୋ ଚାଉଳ , ପରଘରେ ମୂଳ ଲାଗିଲେ ଚଲେ। ଏମିତି ରେ ଭାଙ୍ଗି ଯାଇଥିବା ଘରକୁ ମରାମତି କରିବାରେ ଚିନ୍ତା ରେ ସନ୍ତୋଷ ପରିବାର। ଘର ଭାଙ୍ଗିବା ଖବର ପାଇ ସ୍ଥାନୀୟ ସରପଞ୍ଚ ୱର୍ଡ ମେମ୍ବର ସନ୍ତୋଷ ର ପରିବାର ପାଖରେ ପହଞ୍ଚି ସହାୟତା ର ହାତ ବଡ଼ାଇ ଅଛନ୍ତି। ସ୍ଥାନୀୟ ସରପଞ୍ଚ ବିଡ଼ିଓ ତହସିଲଦାର ଙ୍କୁ ଜଣାଇ ପଲିଥିନ ର ବ୍ୟବସ୍ତା କରି ଛନ୍ତି ,ସନ୍ତୋଷ ଙ୍କୁ ତୁରନ୍ତ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉ ଅଛି ।
ଡାଳଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ