ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ବିଭାଗର ବିକଳ ଚିତ୍ର..ଜଣେ ଶିକ୍ଷକରେ ଚାଲିଛି ରାଜ୍ୟରେ ୧୬୭୨ ସ୍କୁଲ

ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ଉତ୍ତର

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ସ୍ପଷ୍ଟ ବାରି ହୋଇପଡୁଛି । ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ୧୬୭୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି ।

ରାଜ୍ୟରେ ମୋଟ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ,୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ,୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ୧୬୭୨ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ସେହିଭଳି ମୟୂରଭଞ୍ଜରେ ସର୍ବାଧିକ ୧୭୧ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଥିବା ବେଳେ, ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ୪୩୫ ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି।୨୧୦୭ ସରକାରୀ ଅନୁଦାନ ପ୍ରାପ୍ତ ଓ ଗଣଶିକ୍ଷା ଅଧୀନରେ ଥିବା ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି।

ଯଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଜାଣିବା ପାଇଁ ଚାହିଁଥିଲେ ଯେ ରାଜ୍ୟରେ କେତୋଟି ନିମ୍ନ ପ୍ରାଥମିକ ବିଦ୍ୟାଳୟ, କେତୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେତୋଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ କେତୋଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହି ସବୁ ସ୍କୁଲରେ ଜିଲ୍ଲାୱାରୀ ଶିକ୍ଷକ ନାହାନ୍ତି । ଯାହାର ଉତ୍ତରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଜି ପବିତ୍ର ପିତୃପକ୍ଷ ଓ ମହାଳୟା ସବୁଠି ଶ୍ରାଦ୍ଧ , ତର୍ପଣ ଓ ପୂଜାର୍ଚ୍ଚନା

Sunil Chandra Nayak

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ସ୍ନାତକ ପରୀକ୍ଷା ଟପ୍ ଟେନ ରେ ଧର୍ମଗଡ ର ସୋନମ୍ ମେହେର 

Sunil Chandra Nayak

ଚିତ୍ତ ପଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ଉତ୍ସବ ନିମିତ୍ତ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!