ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ମୟୂରଭଞ୍ଜ ୦୨।୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଜଙ୍ଗଲ ପରିବେଷ୍ଟିତ ବିଶୋଇ ବ୍ଲକର ୧୩ ଗୋଟି ପଞ୍ଚାୟତର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଗ୍ରାମରେ ମୋବାଇଲ ନେଟୱର୍କ ଅପହଞ୍ଚ କାରଣରୁ ଏହି ଅଞ୍ଚଳ ବାସିନ୍ଦା ନାହିଁନଥିବା ଅସୁବିଧା ଭୋଗୁଛନ୍ତି।ତେବେ,କେନ୍ଦ୍ରସରକାର ଡିଜିଟାଲ ଭାରତ ନିର୍ମାଣର ସ୍ୱପ୍ନ ଦେଖୁଥିବା ବେଳେ ବିଶୋଇ ଭଳି ଆଦିବାସୀ ବହୁଳିତ ଅଞ୍ଚଳରେ ସ୍ବାଧୀନତାର ୭୬ ବର୍ଷ ପରେ ନେଟୱର୍କ ସମସ୍ୟା ଲାଗି ରହିବା ଚିନ୍ତାକର ବିଷୟ ହୋଇପଡିଛି।ଏହି ବ୍ଲକର ଖଡ଼ମବେଡା ପଞ୍ଚାୟତର ୧୬ ଗୋଟି ଗ୍ରାମର ୫୦ରୁ ଉର୍ଦ୍ଧ୍ବ ସାହିରେ ନେଟୱର୍କ ସମସ୍ୟା ଲାଗିରହିଥିବାରୁ ଏହି ପଞ୍ଚାୟତର ୧୦ହଜାର ରୁ ଉର୍ଦ୍ଧ୍ବ ଲୋକ ବର୍ତ୍ତମାନ ପ୍ରଭାବିତ ହୋଉଛନ୍ତି।ତେବେ,ଏହି ମୋବାଇଲ ନେଟୱର୍କ ସମସ୍ୟା ଦୂର ପାଇଁ ଖଡ଼ମବେଡା ପଞ୍ଚାୟତ ମହିଳା ସମିତି ସଦସ୍ୟା ବାସନ୍ତୀ ହାଁସଦା ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ବିଶୋଇ ବ୍ଲକ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ସମିତି ସଦସ୍ୟାଙ୍କ ସହିତ ଖଡ଼ମବେଡା ସରପଞ୍ଚ ସୋମବାରି ସିଂ,ସମାଜସେବୀ ସୁରାଇ ହାଁସଦା,ମହିଳା ଓ ଶିଶୁ ବିଭାଗର ସାଂସଦ ପ୍ରତିନିଧି କାମବେ ବାସ୍କେ,ସମାଜସେବୀ କଳାକର ମୁଣ୍ଡାରୀ ପ୍ରମୁଖ  ଉପସ୍ଥିତ ଥିଲେ।ସୂଚନାଥାଉକି, ଏହି ପଞ୍ଚାୟତର ବୁରୁଡ଼ିହି,ହେନେଦା,ହାତୀଛାଡ଼,ଦ୍ୱାରଶୁଣି,ହାରିଡ଼ାହି,ତାରଣା,କୁଞ୍ଜଳସାହି,ରୁଣ୍ଡାଡିହି,ବେତଝରଣ,ବାଛୁରୀବନ୍ଧା,ଖଡ଼ମବେଡା ଗ୍ରାମର ବଡ଼ସାହି, ମାଝୀସାହି, ପାଳସୀଡ଼ିହି,ବୁଦ୍ଧିଆସାହି, ବଣସାହି,ରାଧୁନସାହି, ପାଣ୍ଡିଆକୋଚା,ହେଁସାବେଡା,ସେହିପରି ବାଢୁଣିଆ ଗ୍ରାମର ବଡ଼ସାହି,ତାଲେସାହି,ଡ଼ିବରାସାହି,କିତାବେଡା ଗ୍ରାମର ବଡ଼ସାହି,ଡୁଙ୍ଗୁରିସାହି,ଧଡାସାହି,ସାନବାଲିଚୁଆ ଗ୍ରାମର କୋହ୍ଲସାହି,ସ୍କୁଲସାହି,ସାନ୍ତାଳସାହି, ଚୁଆକାଙ୍କର,ଦାନ୍ତୁଣି ପ୍ରମୁଖ ଗ୍ରାମ ମାନଙ୍କରେ ଦୀର୍ଘ ବର୍ଷ ଧରି ନେଟୱର୍କ ସମସ୍ୟା ଲାଗିରହିଛି।ଫଳରେ ଏହି ଗ୍ରାମ ମାନଙ୍କରେ ଥିବା ଛାତ୍ରଛାତ୍ରୀ ମାନେ କୋଭିଡ ସମୟରେ ଅନଲାଇନରେ ଶିକ୍ଷା ଗ୍ରହଣ ପାଇବାରୁ ବଞ୍ଚିତ ହୋଇଥିବାର ଦେଖିବାକୁ ମିଳିଥିଲା।ସେହିପରି,ଉକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ଜରୁରୀ ସମସ୍ୟାରେ ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡି ଡାକି ପାରୁନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ।କେବଳ ସେତିକି ନୁହେଁ ୪୯ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଥିବା ଖଡ଼ମବେଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ମଧ୍ୟ ନେଟୱର୍କ ଅପହଞ୍ଚ ଥିବାରୁ ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟ କରିବାରେ ବାଧା ଉପୁଜୁଛି।ତେଣୁ,ଏହି ପଞ୍ଚାୟତର ଖୁବଶୀଘ୍ର ନେଟୱର୍କ ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତ ବାସୀଙ୍କ ଦାବି ହୋଉ ଆସୁଥିବା ବେଳେ ନେଟୱର୍କ ସମସ୍ୟା ଦୂର ପାଇଁ ପ୍ରଶାସନ ଅଧିକାରୀ ସମେତ ସ୍ଥାନୀୟ ବିଧାୟକ,ସାଂସଦ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ,”ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

Sunil Chandra Nayak

ତେରେସିଂହା ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!