ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରୁ ସେନାରେ ନିଯୁକ୍ତି ସଂଖ୍ୟା କମ….

ଓଡ଼ିଶାରୁ ଭାରତୀୟ ସେନାରେ ୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ତିନି ବର୍ଷରେ ୨୨୬୬ ଜଣ ଭର୍ତ୍ତି ହୋଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୧୭-୧୮ରେ ୭୩୭, ୨୦୧୮-୧୯ରେ ୪୭୪ ଏବଂ ୨୦୧୯-୨୦ରେ ୧୦୫୫ ଜଣ ଭର୍ତ୍ତି ହୋଇଛନ୍ତି। ୨୦୨୦-୨୧ ଓ ୨୦୨୧-୨୨ରେ କରୋନା ଯୋଗୁ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ସେହି ଭଳି ନୌ ସେନାରେ ଓଡ଼ିଶାରୁ ୨୦୧୭ ରେ ୨୮୮, ୨୦୧୮ ରେ ୨୨୫, ୨୦୧୯ ରେ ୨୦୭, ୨୦୨୦ ରେ ୫୫ ଏବଂ ୨୦୨୧ ରେ ୧୧୨ ଜଣ ନାବିକଙ୍କୁ ନିଯୁକ୍ତି ମିଳିଛି। ଗତ ୫ ବର୍ଷ ମଧ୍ୟରେ ବାୟୁ ସେନାରେ ଭର୍ତ୍ତି ହେବା ପାଇଁ ଓଡ଼ିଶାରେ ୯ଟି ନିଯୁକ୍ତି ରାଲି ଆୟୋଜିତ ହୋଇଥିଲା। ଏହି ପ୍ରକ୍ରିୟାରେ ୭୮୮ ଜଣ ଭର୍ତ୍ତି ହୋଇଥିଲେ। ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରୁ ସେନାରେ ନିଯୁକ୍ତି ସଂଖ୍ୟା କମ ରହିଛି।

ଭାରତୀୟ ସ୍ଥଳ ସେନାରେ ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଓଡ଼ିଶାର ୨୯୪୯ ଜଣ ଜେସିଓ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟାନ୍ୟ ପଦବିରେ ୨୦ ହଜାର ୭୩୬ କ‌ାର୍ଯ୍ୟ କରୁଛନ୍ତି। ସେନା ନିଯୁକ୍ତିରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶର ଷୋଡ଼ଶ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଛି। ସ୍ଥଳ ସେନାରେ ଉତ୍ତର ପ୍ରଦେଶରୁ ୧୮ ହଜାର ୪୦୭ ଜେସିଓ ଏବଂ ଏକ ଲକ୍ଷ ୪୪ ହଜାର ୩୧୭ ଅନ୍ୟାନ୍ୟ ପଦବିରେ କାର୍ଯ୍ୟ କରୁଛନ୍ତି। ନୌ ସେନାରେ ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଓଡ଼ିଶାରୁ ୨୪୦ ଜଣ ଅଫିସର ଓ ୩୦୦୬ ଜଣ ନାବିକ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରୁ ବାୟୁ ସେନାରେ ୨୨୫ ଜଣ ଅଫିସର ରହିଥିବା ବେଳେ ଏୟାରମେନଙ୍କ ସଂଖ୍ୟା ୪୧୯୪ ରହିଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରାକ୍ତନ ରାଜ୍ୟପାଳ ଡଃ ସୁରେନ୍ଦ୍ରନାଥ ଦ୍ବିବେଦୀ ଓ ଶ୍ରମିକ ନେତା ବିଦ୍ୟାଧର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

ଭୁବନ ର ବରପୁତ୍ର ରାମଚନ୍ଦ୍ର ଦାସ ଙ୍କ ୨୩ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!