ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଣୀ ସହାୟତା ଆମ୍ବୁଲାସ ସେବା କାହା ସ୍ବାର୍ଥ ରେ , ବିପଦବେଳେ ଦେଖା ମିଳୁ ନାହିଁ

ଭବାନୀ ପାଟଣା -:  ଗତ  ତା ୪.୬.୨୨ ରିଖ ଦିନ ଭବାନୀ ପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାସ ସେବା କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ କରାଯାଇଥିଲା । ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ କାଳୀନ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨କୁ ଯେକୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ ବୋଲି କୁହାଗଲା। ଏହି ସେବା ସକାଳ ୬ଘଣ୍ଟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ନିଃଶୁକ୍କ ଉପଲବ୍ଧ ବୋଲି ଘୋଷଣା ମଧ୍ୟ କରାଗଲା। କିନ୍ତୁ ଯୋଜନା ଆରମ୍ଭର ମାତ୍ର କିଛିଦିନ ହୋଇଥିଲେ ମଧ୍ୟ ଏହାରି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଦିଦିନ ହେଲା ଏକ ଗାଇ ରାମନଗର ପଡ଼ାରେ ଅସୁସ୍ଥ ଅବସ୍ଥା ରେ ପଡ଼ିରହିଥିଲା , ସ୍ଥାନୀୟ ଲୋକେ ଗାଇକୁ ଖାଇବା ପିଇବାକୁ ଦେଲେ ହେଲେ ଗାଇ ଅସୁସ୍ଥ ହୋଇପଡ଼ିରହିଲା ।ଏହା ପରେ ସ୍ତ୍ରୀମାନେ ଆଇନ ଜୀବି ତଥା ସ୍ଵେଛାସେବୀ ବିନୀତା ଦାଶଙ୍କୁ ଖବର ଦେଲେ। ବିନୀତା ଦାଶ ଓ ତାଙ୍କ ସାଥୀ ଗିତାଞ୍ଚଳି ସାହୁ,ସଂଯୁକ୍ତା ମହାନ୍ତି ପହନ୍ଚି ପ୍ରାଣୀସହାୟତା ଆମ୍ମୁଲାସ ସେବା ୧୯୬୨କୁ ବାରମ୍ଵାର ଯୋଗାଯୋଗ କଲେ ମଧ୍ୟ ଫୋନ ଲାଗୁନଥିଲା ଏହାକୁ ନେଇ ଅଞ୍ଚଳରେ କିଛି ସମୟ ଉତେଜନା ଦେଖାଯାଇଥିଲା । ବିନୀତା ତୁରନ୍ତ A.R.C.O ଟିମ୍ ସହ ଯୋଗାଯୋଗ କରିବାରୁ ସେମାନେ ତୁରନ୍ତ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରି ପ୍ରାଣୀସହାୟତା ଗାଡି କୁ ଜଣାଇବାରୁ ପହଞ୍ଚଥିଲେ । ଏପରି ସେବା ଆରମ୍ଭ କରି ଘରେ ନପଶୁଣୁ ମୁଣ୍ଡରେ ଚାଳ ଆଗକୁ କଣ ହେବ ଏହା ଦେଖିବାକୁ ବାକି ରହିଲା ବୋଲି ଉପସ୍ଥିତ ସ୍ବେଚ୍ଛାସେବୀ ମାନେ ମତ ପୋଷଣ କରିଥିଲେ ।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।

Related posts

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

Leave a Comment

error: Content is protected !!