ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତି ନାରାୟଣ ରାଉତ ଙ୍କ କବିତା – ହୁଳହୁଳି

ହୁଳହୁଳି

 

ଶବ୍ଦ ବ୍ରହ୍ମ ନାଦ ଶାନ୍ତି ଦିଏ ମନେ

       ଆଧ୍ୟାତ୍ମ ଚେତନା ଭରେ

ସେହି ଶବ୍ଦ ପୁଣି ମଣିଷ ମାନସେ 

     କ୍ରୋଧେ ଉତେଜିତ କରେ ||

ସେହି ଶବ୍ଦ ଅଛି ଉଚ୍ଚାରଣ କଲେ

       ମୋକ୍ଷଦ୍ୱାର ଯାଏ ନିଏ

ସେହି ଶବ୍ଦ ଯୋଗୁଁ ଶାନ୍ତ ପରିବେଶ

      ଅଶାନ୍ତ ଯେ ହୋଇ ଯାଏ ||

ହୁଳୁହୁଳି ଏକ ଶବ୍ଦ ବ୍ରହ୍ମ ଅଟେ

       ଭକ୍ତି ଭାବ ମନେ ଜାଗେ

ମାତୃ ଜାତି ମୁଖେ ଓଷା ବ୍ରତ ବେଳେ

        ମଙ୍ଗଳିକ କାର୍ଯ୍ୟ ଭାଗେ ||

ଆମ ପରମ୍ପରା ସାଥେ ହୁଳହୁଳି

        ହରିବୋଲ ଶଙ୍ଖ ଧ୍ଵନି

ଶୁଭକାମେ ଏହି ହର୍ଷଧ୍ଵନି ଦେଇ

         ପବିତ୍ର ଭାବକୁ ଆଣି ||

ସ୍ୱାଗତ ବେଳରେ ଧୂପ ଦୀପ ପୁଷ୍ପେ

         ହୁଳହୁଳି ଦେଇଥାନ୍ତି 

ଲଷ୍ମୀ ସରସ୍ବତୀ ନାରୀ ମୁଖେ ବସି

        ସର୍ବ ଶୁଭ ମନାସନ୍ତି ||

ହରିବୋଲ ସାଥେ ହୁଳହୁଳି ଦେଇ

      ମଙ୍ଗଳିକ କାର୍ଯ୍ୟ କଲେ

ସନ୍ତୁଷ୍ଟ ହୁଅନ୍ତି ସର୍ବ ଦେବା ଦେବୀ

       ଆଶିଷ ମିଳଇ ଭଲେ ||

~~~~~~~~~~~~~~~~

ରତିନାରାୟଣ ରାଉତ |

ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

 

Related posts

ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉପଲକ୍ଷେ ନର୍ଲାରେ ସେବାକାର୍ଯ୍ୟ କଲା ଏବିଭିପି

Sunil Chandra Nayak

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

Sunil Chandra Nayak

ମୟୂରଭଞ୍ଜ – ରାଇରଙ୍ଗପୁରରେ ବିଶ୍ବ ପର୍ଯ୍ଯାବରଣ ଦିବସ ପାଳିତ

Leave a Comment

error: Content is protected !!