ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

ଦଶପୁର :-କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି l ସେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ହୋଇ ଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଉପରେ ଦୃଷ୍ଟି ଗୋଚର କରିଥିଲେ l କେଗାଁର ମହାଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର କୁକୁଡ଼ା ଫାର୍ମ, ତଥା ଧାଅରାମାଲ,ରାମଚନ୍ଦ୍ର ପୁର ଓ ବାଗଦାରୋ ଏସଏସଜି ଗ୍ରୁପ ଦ୍ୱାରା ନିର୍ମିତ କୁଟୀର ଶିଳ୍ପ,ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଭେଟିବା ସହିତ ଏନଆରଜିଏସ କାର୍ଯ୍ୟ ଉଦେଶ୍ରୁଙ୍ଗ ଗ୍ରାମର ନୁମୁହି ମଡେଲ ଟ୍ୟାଙ୍କ, କେଗାଁ ପଂଚାୟତର ସାନଚେର ଗାଁ ଗ୍ରାମର ମନରେଗା ନିର୍ମିତ ଦାସପଡା ଠାରୁ ସର୍ଗିଭାଟି ରାସ୍ତା, କୃଷ୍ଣ ନାଗଙ୍କ ପନିପରିବା ଫାର୍ମ,ଫାଇବ ଟି ଉଚ୍ଚ ବିଦ୍ୟାଳୟ ଚହକା , ଚପରିଆ ଓ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l ପ୍ରଥମେ ଗୋଲାମୁଣ୍ଡା ବ୍ଲକରେ ପଦାଧିକାରୀମାନଙ୍କ ଉପସ୍ଥିତରେ ସମୀକ୍ଷା ବୈଠକ କରିଥିଲେ l ଏଥିରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ତହସିଲଦାର ସର୍ବେଶ୍ୱର ଜାଲ,ବିଡ଼ିଓ ସ୍ନିଗ୍ଧାରାନୀ ପ୍ରଧାନ,ବିଇଓ ନବକିଶୋର ସାହୁ,ବିପିଏମ ସୁଧାଂଶୁ ଶେଖର ପଧାନ, ଜେଇ ପର୍ଶୁରାମ ନାୟକ, ଚିତ୍ତରଞ୍ଜନ ଜେନା,ରବୀନ୍ଦ୍ରନାଥ ପଟ୍ଟନାୟକ,ଗୁରୁଭା ପୂର୍ତ୍ତି, ବିଏଲସି ଅଜୟ ମାଝୀ, ଏପିଓ ଗୋପାଳ ମାଝୀ ସମେତ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

  ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଶୁଭ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

ନୀଳଗିରି ଥାନା ପୋଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

Sunil Chandra Nayak

Leave a Comment

error: Content is protected !!