ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଗର ସାହିତ୍ୟ ସଂସଦ ର ଅମୃତ ମହୋତ୍ସବ ଏବଂ ରକ୍ଷାବନ୍ଧନ କବିତା ଆସର

ଢ଼େଙ୍କାନାଳ -: ତା- ୧୧/୦୮/୨୦୨୨ ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ସଂସଦ ଭବନ ଠାରେ ସାଗର ସାହିତ୍ୟ ସଂସଦ ତରଫରୁ ଅମୃତ ମହୋତ୍ସବ ଏବଂ ରକ୍ଷାବନ୍ଧନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଇନ୍ଦିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲଳିତା ସାହୁ, ମୁଖ୍ୟ ବକ୍ତା ଭାବେ ଇନ୍ଦିପୁର ଗ୍ରାମ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ରଘୁନାଥ ସିଂହ, ସମ୍ମାନିତ ଅତିଥି ଭାବେ ଇନ୍ଦିପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ସ୍ବାଇଁ, ଗାନ୍ଧୀବାଦୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ଗୈାରାଙ୍ଗ ବାଇ ଯୋଗ ଦେଇ ଆତ୍ମନିର୍ଭରଶୀଳ ଭାରତ ଗଠନ ଓ ଜଗନ୍ନାଥ ସଂସ୍କୃତିର ମହାନ ପର୍ବ ରକ୍ଷାବନ୍ଧନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ତ୍ରିଲୋଚନ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ , ସହ ସଂପାଦକ କାମାକ୍ଷା ପ୍ରସାଦ ବେହେରାଙ୍କ ସଂଯୋଜନାରେ କବିତା ଆବୃତ୍ତି କରାଯାଇଥିଲା।କବି ସୁବାସ ଚନ୍ଦ୍ର ନାୟକ, ଧନେଶ୍ଵର ସେନାପତି, ଦୁଃଶାସନ ସାହୁ,ନଜରୁଲ୍ ଇସଲାମ, ପ୍ରଶାନ୍ତ କୁମାର ସାହୁ, ଯଶୋବନ୍ତୀ ପୃଷ୍ଟି, ଭାସ୍କର ଚନ୍ଦ୍ର ବେହେରା, ଗଙ୍ଗାଧର ପୃଷ୍ଟି, ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକସାଂଗଠନିକ ବୈଠକ 

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

Sunil Chandra Nayak

ନିୟମିତ ଚାକିରୀ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ

Leave a Comment

error: Content is protected !!