ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଠାରେ ଗ୍ରୀନ ଭେଲି ମାଧ୍ୟମ ସ୍କୁଲ କଲମପୁର ଏବଂ ବନ ବିଭାଗ କଲମପୁର ର ମିଳିତ ଅ।ନୁକୂଲ୍ୟରେ ଦାସିଗାଁ ଠାରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ ଅନୁଡ୍ଟିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ଅଧକ୍ଷ ଏରିମିୟାସ ବ୍ୟାସ ଙ୍କ ନେତୃତ୍ୱରେ ଦାସିଗାଁ ଠାରେ ଗ୍ରୀନ ଭେଲି ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଲୋକଙ୍କୁ ସଚେତନତା କରିବା ପାଇଁ ବନ ମହୋତ୍ସବ ର ମହତ୍ଵ ବିଷୟରେ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଲୋକଙ୍କୁ ଗଛ ଲଗାଇବା ପାଇଁ ବାର୍ତା ପ୍ରଦାନ କରିଥିଲେ । ନଗର ପରିକ୍ରମା ପରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ବରିଷ୍ଠ ସମାଜସେବୀ ଦୀପ୍ତି ନାରାୟଣ ପ୍ରହରାଜ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଥିବା ବେଳେ ସମନ୍ୱିତ ଅତିଥିଭାବେ କଲମପୁର ବନ କର୍ମଚାରୀ ଭୁବନେଶ୍ୱର ବେହେରା ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ରବି ମିଶ୍ର ପ୍ରମୁଖ ଯୋଗଦାନ କରି ବନ ମହୋତ୍ସବ ବିଷୟରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ସଙ୍ଗୀତ ଓ ଡ୍ୟାନ୍ସ ଏବଂ ଡ୍ରାମା ମାଧ୍ୟମରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ଲୋକଙ୍କୁ ସଚେତନତା କରିଥିଲେ । ଯାହା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବେଶ ଚିତାକର୍ଷକ ପରିବେଷଣ ହୋଇଥିଲା । ଏଥିରେ ଶିକ୍ଷକ ମିନିକେତନ ସଗଡ଼ିଆ ,ସୁକଚନ ଦୁର୍ଗା ଶିକ୍ଷୟତ୍ରୀ ଶିବ।ନୀ ଶର୍ମା ,ସୁପ୍ରିୟା ସାହୁ ,ଜୋସ୍ନା ସାହୁ ଏବଂ ଶର୍ମିଷ୍ଠା ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ଗ୍ରୀନ ଭେଲି ଇଂରାଜୀ ସ୍କୁଲର ଅଧକ୍ଷ ଏରି ମିୟାସ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନେକ ଜନସାଧାରଣ ଉପସ୍ଥିତ ରହି ଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଶିବ।ନୀ ଶର୍ମା । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

Sunil Chandra Nayak

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

Sunil Chandra Nayak

ଆହାରବନ୍ଧ ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!