ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

କେସିଙ୍ଗା -:  କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ୨ ଦିନିଆ କଳାହାଣ୍ଡି ଗସ୍ତରେ ଆସି ପ୍ରଥମେ ଉତ୍କେଲା ସ୍ଥିତ ଏୟାର ସ୍ତ୍ରିପ୍ ରେ ଅବତରଣ କରି ଥିଲେ। ସେଠାରୁ ସିଧା ବୋରୀଙ୍ଗପଦର ୮ ନମ୍ବର ୱାର୍ଡରେ କେସିଙ୍ଗା ଏନ୍ ଏସ୍ ସି ଦ୍ବାରା କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଙ୍କ ସହାୟତାରେ ନିର୍ମିତ ଆଦର୍ଶ ପୁନର୍ବାସ କଲୋନୀ ପରିଦର୍ଶନ କରିବା ସମୟରେ ସେଠାରେ ଥାଇଥାନ ହୋଇଥିବା ୪୪ଟି ପରିବାରଙ୍କ ଠାରୁ ପାନୀୟ ଜଳ, ବିଜୁଳି ଆଦି ଅନ୍ୟନ୍ୟା ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଫେରି ୫ଟି ଯୋଜନାରେ ନିର୍ମିତ କେସିଙ୍ଗା ଉଚ୍ଚ ବିଦ୍ୟାପୀଠ ବୁଲି ଦେଖିବା ପରେ କେସିଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଡକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଏନ୍ ଏସ ସି ଅଧ୍ୟକ୍ଷ ନୃପରଜ ଯାଦବ, ସମସ୍ତ କାଉନସିଲର ବୃନ୍ଦ ଓ ଏନ୍ ଏସ ସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଏବଂ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ରାଣୀ ସାହୁଙ୍କ ସମେତ ସ୍ଥାନୀୟ ବୀଜେପି କର୍ମୀମାନେ ଉପସ୍ଥିତ ଥିଲେ।

 କେସିଙ୍ଗା ରୁ  ଚନ୍ଦ୍ରମଣି ସ୍ୱାଇଁ ଙ୍କ ରିପୋର୍ଟ ।

Related posts

କବିତା – ଏକାନ୍ତ ର ସମ୍ବାଦ

Sunil Chandra Nayak

ଚୁରୁଚୁଣ୍ଡା ରେ ପାଳନ ହୁଏ ବାସି  ଦଶହରା 

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ସେହି ମା ପାଇଁ

Leave a Comment

error: Content is protected !!