ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

ଭାଇ ସାଜିଲା ଭଗାରୀ–୪ ଗିରଫ

ନୂଆପଡା ଜିଲ୍ଲାର କୋମନା ସହର ରେ ପରଘରେ ମୂଲ ଲାଗି ନିଜ ପରିବାର ପ୍ରତିପୋଷଣ କରି ଚଳି ଆସୁଥିବା ଜଣେ ଯୁବତୀ ପ୍ରେମ ନାଟକରେ ଫସି ଗର୍ଭବତୀ ହେବାପରେ ତାକୁ ପ୍ରତାରଣା କରି ହତ୍ୟା କରାଯାଇଥିବା ଘଟଣା କୁ କୋମନା ପୋଲିସ ଆଜି ପର୍ଦାଫାସ କରିବାରେ ସଫଳ ହୋଇଛି।ଏହି ଘଟଣା ରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ନୂଆପଡା ଜିଲ୍ଲାର ଅଗ୍ରେନ ଗାଁ ର ଯୁବତୀ ସୁଶିଳା ସଗରିଆ କୋମନା ସହର ର ବିଭିନ୍ନ ଲୋକ ଙ୍କ ଘରେ କାର୍ଯ୍ୟ କରି ଆସୁ ଥିଲେ।ସହର ର ଜଗନ୍ନାଥ ପଡା ରେ ରହୁଥିବା ଭବାନୀ ଶଙ୍କର ପାଣିଗ୍ରାହୀ ଓ ଉମାଶଙ୍କର ପାଣିଗ୍ରାହୀ ଙ୍କ ଘରେ ମଧ୍ୟ ଯୁବତୀ କାର୍ଯ୍ୟ କରୁଥିଲେ। ଏହିସମୟ ରେ ଯୁବତୀ ଙ୍କୁ ଭବାନୀ ଶଙ୍କର ପାଣିଗ୍ରାହୀ ନିଜ ପ୍ରେମ ନାଟକ ରେ ଫସାଇ ଯୁବତୀ ସହ ସଂପର୍କ ରଖିଥିଲେ ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଘଟଣା କୁ ଯୁବତୀ ନିଜ ଭାଇ ନେତ୍ର ସଗରିଆ ଙ୍କୁ ଜଣାଇବା ପରେ ଯୁବତୀ କୁ ଭବାନୀ ଶଙ୍କର ଓ ନେତ୍ର ମିଶି ନିକଟସ୍ଥ ଭେଲା ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯୁବତୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଯୁବତୀ ଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଯୁବତୀ ଜଣକ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ।ଏହି ଘଟଣା କୁ ଚାପି ରଖିବାକୁ ଯୁବତୀ ଙ୍କ ସହ ଛଳନା କରି ଯୁବତୀ ର ଭାଇ ନେତ୍ର ଓ ଭବାନୀ ସେହି ଶିଶୁ କୁ ଯୁବତୀ ଙ୍କ ସଂପର୍କୀୟ ଙ୍କୁ ଦେଇଦେଇଥିଲେ।ବର୍ତମାନ ଶିଶୁଟି କଳାହାଣ୍ଡି ର କେସିଙ୍ଗା ରେ ଥିବା ପୋଲିସ ସୂଚନା ପାଇଛି।ଶିଶୁ କୁ ଅନ୍ୟତ୍ର ରଖି ଯୁବତୀ ଙ୍କ ମନ ଭୁଲାଇ  ନେତ୍ର ସଗରିଆ ଓ ଭବାନୀ ଶଙ୍କର ର ଭାଇ ଉମାଶଙ୍କର ଯୁବତୀଙ୍କୁ ସୁନାବେଡା କୁ ନେଇ ସେଠାରେ ରହୁଥିବା ସୁକଲ ଦାସ ଙ୍କ ଘରେ ରଖଥିଲେ।କିଛିଦିନ ରହିବା ପରେ ଯୁବତୀ ଗାଁ କୁ ଫେରିବାକୁ ଚାହିଁଥିଲେ।କିନ୍ତୁ ଘଟଣା ପ୍ରଘଟ ହେବା ର ଭୟରେ ଯୁବତୀ ଙ୍କୁ ଏକ ପିକାପ ଭେନ ଗାଡି ରେ ସୁନାବେଡା ଅଭୟାରଣ୍ୟ ର ଦିସାପେରା ଠାରେ ଯୁବତୀ ର ତଣ୍ଡି ଚିପି ହତ୍ୟା ପରେ ମୃତ ଶବ କୁ ଫିଙ୍ଗି ଚାଲିଆସିଥିଲେ।ଏହିଘଟଣା କୁ ନେଇ ୯/୪/୨୨ ରେ ଯୁବତୀ ର ଭାଇ ନେତ୍ର ସଗରିଆ ନିଜ ଭଉଣୀ ସୁଶିଳା ସଗରିଆ ଘରୁ ଚାଲିଯାଇଥିବା ନେଇ କୋମନା ଥାନା ରେ ଏକ ଅଭିଯୋଗ କରିଥିଲେ।ଘଟଣା ର ତଦନ୍ତ କୋମନା ପୋଲିସ କରୁଥିବା ବେଳେ ଗତ ୭/୬/୨୨ ରେ ସୁନାବେଡା ଅଂଚଳ ର ରୂପିଆ ଗାଁ ର ଲିଙ୍ଗରାଜ ମାଝୀ କୋମନା ପୋଲିସ କୁ ଖବର ଦେଇ ଏକ ଯୁବତୀର ଏକ ଗଳିତ ମୃତ ଦେହ ପଡିଥିବା ସୂଚନା ଦେଇଥିଲେ।ଏହି ସୂଚନା କୁ ନେଇ କୋମନା ପୋଲିସ ର ଏକ ଟିମ ଘଟଣା ସ୍ଥଳ ରୁ ଯୁବତୀ ଙ୍କ ହାଡ କଙ୍କାଳ ସହ କିଛି ଚୁଡ଼ି ଓ କପଡା କୁ ଜବତ କରି ତଦନ୍ତ କରିଥିଲା।ଏହି ତଦନ୍ତ ରେ ଭବାନୀ ଶଙ୍କର ଙ୍କୁ ପୋଲିସ ଗିରଫ କରିବା ପରେ ସହଯୋଗୀ ଉମାଶଙ୍କର ଓ ନେତ୍ର ସଗରିଆ ସହ ସୁକଲ ଦାସ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ପ୍ରେସ ବାର୍ତା ରେ ଏସ୍ଡିପିଓ ପ୍ରଶାନ୍ତ କୁମାର ପଟନାୟକ ସୂଚନା ଦେଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

ଆଜି ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

Sunil Chandra Nayak

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!