ଢେ଼ଙ୍କାନାଳ( ମ ନି ସ)୩୦/୧୦_ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ୱାଦିକ ସଂଘ ର ହସ୍ତକ୍ଷେପ ଓ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରସାରଣ ପରେ ପରେ ରାସୋଳ ପୋଲିସ୍ ଏ ଏସ ଆଇ ନାହିଦ ଖାନ୍ ଓ ଅବକାରୀ ବିଭାଗର ଓ ଆଇ ସି ମହାନନ୍ଦିଆ ହିନ୍ଦୋଳ ବ୍ଲକ୍ ର କୁଟୁଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରିଡାଳି ରୁ ବିପୁଳ ପରିମାଣ ରେ ମଦ ହାଣ୍ଡି , ପୋଚ ଓ ଅନ୍ୟାନ୍ୟ ଆସବାବ ପତ୍ର ଜବତ କରିଛନ୍ତି l ମଦ ରାନ୍ଧୁ ଥିବା ଲୋକ ମାନେ ବିଶେଷ ସୂତ୍ର ରୁ ଖବର ପାଇ ଫେରାର ହୋଇ ଯାଇଛନ୍ତି l ମଦ ସାମଗ୍ରୀ ଗୁଡ଼ିକୁ ଅବକାରୀ ବିଭାଗ ଜବତ କରି ସେଗୁଡିକୁ ପୋଡ଼ି ଦେଇଛି l ଏହି ପରିପ୍ରେ୍କ୍ଷୀରେ ଆଜି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ୍ ର ମିଳିତ ଚଢାଉ ବେଳେ ଗ୍ରାମବାସୀ ମାନଂକ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।ଖୁବ୍ ଶୀଘ୍ର ଫେରାର ଥିବା ମଦ ରାନ୍ଧୁଣିଆ ମାନଙ୍କୁ ଗିରଫ କରାଯିବ ବୋଲି ଓ ଆଇ ସି ମହାନନ୍ଦିଆ ମତ ପ୍ରକାଶ କରିଛନ୍ତି l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍