ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

 କାମାକ୍ଷାନଗର (ମସୀହା) _ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ରେ ବିଭିନ୍ନ କଲେଜ ର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ ହୋଇଛି lଏଥିରେ ବାଜିମାତ୍ କରିଛନ୍ତି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ କଲେଜ ର ୫ ଜଣ ଛାତ୍ରୀ l ଟପ୍ ଟେନ୍ ଭିତରେ ଏହି ଛାତ୍ରୀ ମାନେ ସ୍ଥାନ ପାଇଛନ୍ତି l ଓଡ଼ିଆ ବିଭାଗ ରେ ପରଜଙ୍ଗ ଗାଆଁ ର ମୀନକେତନ ଙ୍କ ଝିଅ ସୁପ୍ରିୟା ଜେନା (୪ର୍ଥ), ରାଜନୀତି ବିଜ୍ଞାନ ରେ ମୁକ୍ତାପଶି ଗ୍ରାମ ର ଜନାର୍ଦ୍ଦନ ସାହୁ ଙ୍କ ଝିଅ କାନନ ବାଳା ସାହୁ (୪ର୍ଥ), ବରିହାପୁର ଗ୍ରାମ ର ଅରୁପାନନ୍ଦ ଙ୍କ ଝିଅ ଶିବାନୀ ଦେହୁରୀ (୭ମ), ପଞ୍ଚାନନ ସାହୁ ଙ୍କ ଝିଅ ପୂଜାରିଣୀ ସାହୁ(୮ମ) ଓ ସଂସ୍କୃତ ଭାଷାରେ ବଡଝରା ଗ୍ରାମ ର ଦୟାନିଧି ସାହୁ ଙ୍କ ଝିଅ ସିପ୍ରା ସାହୁ ନବମ ସ୍ଥାନ ରେ ରହି କୃତିତ୍ୱ ହାସଲ କରିଛନ୍ତି l ଏଥି ପାଇଁ ଅଞ୍ଚଳବାସୀ, ବୁଦ୍ଧିଜୀବୀ ମାନଂକ ମହଲ ରେ ଉତ୍ସାହ ପରିଲକ୍ଷିତ ହୋଇଛି l ଏ ନେଇ କଲେଜ ର ଅଧ୍ୟକ୍ଷ ଡ଼ଃ ନିହାର ରଞ୍ଜନ ସାହୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

Sunil Chandra Nayak

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!