ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଆଗରେ ଧାରଣାରେ ବସିଛନ୍ତି ମା ଓ ଝିଅ

ବାଲେଶ୍ଵର,୨୬/୯/୨୨- ବିବାହ ପରେ ଜନ୍ମିତ ଝିଅର ରଙ୍ଗ କଳା ହେବାରୁ ସ୍ତ୍ରୀକୁ ଘରୁ ବାହାର କରିଦେଲା । କୁନି ଝିଅକୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ଧାରଣାରେ ବସିଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ । ସୂଚନା ଅନୁଯାୟୀ ତାଡଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ ଜ୍ଯୋତ୍ସ୍ନାଙ୍କ ଗର୍ଭରୁ ଝିଅଟିଏ ଜନ୍ମ ହୋଇ ଥିଲା, ହେଲେ ଝିଅଟିର ରଙ୍ଗ ଥିଲା କଳା । ଏଥିପାଇଁ ପରିବାର ଲୋକଙ୍କ ରୋଷର ଶିକାର ହେଉ ଥିଲେ ଜ୍ଯୋତ୍ସ୍ନା । ସେହି ଦିନଠାରୁ ଆରମ୍ଭ ହୋଇ ଥିଲା ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା । ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀ ଙ୍କ ସହାୟତାରେ ଝିଅକୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗତକାଲି ସକାଳେ ଘରକୁ ଫେରିଥିଲେ । ହେଲେ ଜ୍ଯୋତ୍ସ୍ନାଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍ ରେ ତାଲା ପକାଇ ଦେଇଥିଲେ । ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ । ଆଜି ସକାଳୁ ମା ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ସ୍ବାମୀ ଚନ୍ଦନ ଗେଟ୍ ରେ ତାଲା ପକାଇ ପଳାଇ ଯାଇଥିଲେ । କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ଯାୟ ଅପେକ୍ଷାରେ ବସିଛନ୍ତି ଜ୍ଯୋତ୍ସ୍ନା । ଏ ସମ୍ପର୍କରେ ଚନ୍ଦନଙ୍କୁ ପଚାରିବାରୁ ସେ ତାଙ୍କୁ ଘରକୁ ପୂରାଇ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା ପ୍ରୀତି ସକାଳର ଛୁଆଁ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

Sunil Chandra Nayak

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!