ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଳି ଚୋରି ରୋକିବାକୁ ଯାଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାରଣାତ୍ମକ ଆକ୍ରମଣ, ଥାନାରେ ମାମଲା, ହାତବାନ୍ଧି ବସିଛି ସିଂଲା ପୋଲିସ

ବାଲେଶ୍ଵର,୧୬/୯/୨୨- ସୂଚନାରୁ ପ୍ରକାଶ ଗତ ୧୨ ଅଗଷ୍ଟ ମାସରେ ସିଂଲା ଥାନା ଅଞ୍ଚଳରେ ବିଜୁଳି ଚୋରି ହେଉଥିବାର ଖବରପାଇ ବସ୍ତା ଏନଫୋର୍ସମେଣ୍ଟ ଟିମ୍ ସହିତ ଲଙ୍ଗଳେଶ୍ଵର ବିଜୁଳି ସେକସନ୍ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରଭାତ କୁମାର ସାହୁଙ୍କ ନେତୃତ୍ୱରେ ଲାଇନମେନ୍ ରାଜେଶ୍ କୁମାର ବେଜ୍, ଅଞ୍ଜନ କୁମାର ସାନ୍ତ୍ରା, ନିଲାଦ୍ରୀ ବିହାରି ସି , ଷ୍ଟାଫ୍ ଦେବବ୍ରତ ବେହେରା ତଥା ବସ୍ତା ଏନଫୋର୍ସମେଣ୍ଟ ଟିମ୍ ରୁ ଟିମ୍ ଲିଡର୍ ଅଜୟ ଝାଙ୍କର, ମୁଖ୍ୟ ଯନ୍ତ୍ରୀ ରୋଶନ୍ ସାହୁ ପ୍ରମୁଖ ଲଙ୍ଗଳେଶ୍ବର ସେକ୍ସନ ଏରିଆରେ ମିଟର ଚେକିଂ ଓ ବିଜୁଳି ଚୋରି ବାବଦରେ କାର୍ଯ୍ୟ ସାରି ଫେରୁଥିବା ବେଳେ ସାଉଡି ଠାରେ ଏକ ଚିଙ୍ଗୁଡ଼ି ଫାର୍ମକୁ ବେଆଇନ୍ ହୋକିଂ କରାଯାଇ ଆଠଟି ଇଲେକ୍ଟ୍ରିକାଲ ମୋଟର୍ ଚାଲୁଥିବାର ଦେଖି ଏପରି ବେଆଇନ୍ ହୋକିଂର ଭିଡିଓ ଓ ଫଟୋ ଉତ୍ତୋଳନ କରିବାର ଉଦ୍ୟମ କରୁଥିବା ବେଳେ ଚୋରା ହୋକିଂ କରିଥିବା ସାଉଡି ଗ୍ରାମର ସୁପ୍ରୀୟ ପାତ୍ର, ତାଙ୍କ ବାପା ବିଜୟ ପାତ୍ର, ସ୍ତ୍ରୀ ଅନ୍ନପୂର୍ଣ୍ଣା ପାତ୍ର ଓ ତାଙ୍କ ମା କାଦମ୍ବିନୀ ପାତ୍ର ପ୍ରମୁଖ ଦୌଡି ଆସି ଫଟୋ ଉତ୍ତୋଳନ ପାଇଁ ଉଦ୍ୟମ କରୁଥିବା ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରଭାତ କୁମାର ସାହୁଙ୍କୁ ତଥା ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ମାନଙ୍କୁ ଅଶ୍ରାବ୍ୟ ଓ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ପ୍ରଭାତ କୁମାର ସାହୁଙ୍କୁ ସୁପ୍ରୀୟ ପାତ୍ର ଏବଂ ତାଙ୍କର ସ୍ତ୍ରୀ ବାଉଁଶ ବାଡି ଓ ଚପଲ ତଥା ଛାତିରେ ଗୋଇଁଠା ବିଧା ମାରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ପ୍ରଭାତ କୁମାର ସାହୁଙ୍କୁ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏନେଇ ଏକ ମାମଲା ଘଟଣା ଦିନ ସିଂଲା ଥାନା OIC ଙ୍କୁ ଲିଖିତ ଆକାରରେ ଜଣା ଯାଇଥିବା ବେଳେ ଥାନା ଇନ୍ଚାର୍ଯ ଏକ ମାମଲା ବିଭିନ୍ନ ଦଫାରେ ଲଗାଇ ୧୬୧/୨୨ ରେ ମାମଲା ରୁଜୁ କରି ଥିବା ବେଳେ ଏକମାସରୁ ଉର୍ଦ୍ଧ୍ବ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସିଂଲା ପୋଲିସ କାର୍ଯ୍ୟାନୁଷ୍ଠାନ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ବିଜୁଳି ବିଭାଗ ଓ ପୋଲିସ ବିଭାଗର ସମନ୍ବୟ ଅଭାବ ରହିଅଛି । ବିଜୁଳି ଚୋରି ପରେ ବିଜୁଳି କର୍ମଚାରୀ ଉପରେ ଆକ୍ରମଣ ଅର୍ଥାତ୍ ଚୋରି ଉପରେ ସିନା ଚୋରି ସଦୃଶ । ତେବେ ଅପରାଧୀ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଅନ୍ୟ ବିଜୁଳି ଚୋରଙ୍କୁ ଏହା ସୁହାଇବା ଭଳି କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚା ଯୋରଧରିଛି । ବିଜୁଳି ଚୋରି ଯୋଗୁଁ ଉପଭୋକ୍ତା ମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜୁଳି ଚୋରି ଯୋଗୁଁ ତାର ଭରଣା ପାଇଁ ବାରମ୍ବାର ବିଜୁଳି ବିଭାଗ ପକ୍ଷରୁ ପାଓ୍ବାର କଟ୍ ତଥା ଲୁ ଭୋଲଟେଜ୍ ର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ତେବେ ବିଭାଗ ତରଫରୁ FIR ପରେ କେବଳ ମାମଲା ରୁଜୁ କରି ସିଂଲା ପୋଲିସ ହାତବାନ୍ଧି ବସିଯାଇଥିବା ବେଳେ ତୁରନ୍ତ ଦୋଷି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସିଂଲା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉଛି ନା ବିଜୁଳି ଚୋରିକୁ ଅଧିକ ପ୍ରୋତ୍ସାହନ ଦେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆ

Sunil Chandra Nayak

ବିଶାଗୁଡା ଅଙ୍ଗନବାଡ଼ି ଗୃହ ନିର୍ମାଣ ଶୀଘ୍ର ସାରିବାକୁ ବିଡ଼ିଓ ଙ୍କୁ ଗୁହାରି

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କଲେ ଜିଲ୍ଲା ଓକିଲ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!