ଡାବୁଗାଁ, ୧୬/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଦୀନଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଯୁକ୍ତି ପରାମର୍ଶ ମେଳା ମାଧ୍ୟମରେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ବିଷୟରେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗ ଦେଇ ସରକାରଙ୍କ ନିଯୁକ୍ତି ମେଳା ଯୋଗୁଁ ପିଲା ମନେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ବିଷୟରେ କହିଥିଲେ । ଏହି ମେଳାରେ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ୫ ଟି ତାଲିମ ଏଜେନ୍ସି ଯୋଗ ଦେଇଥିଲେ | ଏଥିରେ ବ୍ଲକ ରୁ ମୋଟ ୧୬୫ ଜଣ ଯୁବତୀ ଯୁବକ ବିଭିନ୍ନ ବିଭାଗରେ ତାଲିମ ନେବା ପାଇଁ ମନୋନୀତ ହୋଇଛନ୍ତି | ଏଥିରେ ପୂର୍ବତନ ସଫଳ ପ୍ରଶିକ୍ଷାର୍ଥୀ ନିଜ ନିଜର ଅନୁଭୂତି କହିଥିଲେ | ଏହି କାର୍ଯ୍ୟକ୍ରମକୁ ଏବିଡିଓ ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ | ଶେଷରେ ପଞ୍ଚାୟତ ସମିତିର ଅତିରିକ୍ତ ଗୃହକୁ ଅତିଥି ମାନେ ଉଦଘାଟନ କରିଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ