ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

ଡାବୁଗାଁ, ୧୬/୯  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଦୀନଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଯୁକ୍ତି ପରାମର୍ଶ ମେଳା ମାଧ୍ୟମରେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ବିଷୟରେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗ ଦେଇ ସରକାରଙ୍କ ନିଯୁକ୍ତି ମେଳା ଯୋଗୁଁ ପିଲା ମନେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ବିଷୟରେ କହିଥିଲେ । ଏହି ମେଳାରେ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ୫ ଟି ତାଲିମ ଏଜେନ୍ସି ଯୋଗ ଦେଇଥିଲେ | ଏଥିରେ ବ୍ଲକ ରୁ ମୋଟ ୧୬୫ ଜଣ ଯୁବତୀ ଯୁବକ ବିଭିନ୍ନ ବିଭାଗରେ ତାଲିମ ନେବା ପାଇଁ ମନୋନୀତ ହୋଇଛନ୍ତି | ଏଥିରେ ପୂର୍ବତନ ସଫଳ ପ୍ରଶିକ୍ଷାର୍ଥୀ ନିଜ ନିଜର ଅନୁଭୂତି କହିଥିଲେ | ଏହି କାର୍ଯ୍ୟକ୍ରମକୁ ଏବିଡିଓ ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ | ଶେଷରେ ପଞ୍ଚାୟତ ସମିତିର ଅତିରିକ୍ତ ଗୃହକୁ ଅତିଥି ମାନେ ଉଦଘାଟନ କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଏଟିଏମ ଲୁଟ ଉଦ୍ୟମ ବିଫଳ 

Sunil Chandra Nayak

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

Sunil Chandra Nayak

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!