ଜଳ ଯୋଗାଣ ନେଇ ଭୁଲ ତଥ୍ୟ ପ୍ରଦାନ
ନୂଆପଡା: ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଥାଇ ପିଇବା ପାଣି ପାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଜଳ ଯୋଗାଣ ନହୋଇ ଆଠ ଘଣ୍ଟା ଜଳ ଯୋଗାଣ ହେଉଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛିି। ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ଓ ଫୋକଟ ପଡାରେ । ଏହି ଗଡ୍ରାମୁଣ୍ଡା ଗ୍ରାମ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ପାଞ୍ଚ ଶହ ମିଟର ଦୂରରେ ଥାଇ ଜଳ ଯୋଗାଣ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବ୍ଲକ ଠାରୁ ଦୂରରେ ଥିବା ପଞ୍ଚାୟତ ଗୁଡିକର ଅବସ୍ଥା କଣ ଥିବ ତାହା ସହଜେ ଅନୁମେୟ । କୁଶମାଲ ନଦୀରୁ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ ଗୋଟିଏ ପାଣୀ ଟାଙ୍କିରୁ ଜଳ ଯୋଗାଣ ହେଉଛି । ହେଲେ ଜଳ ଯୋଗାଣ ଠିକ ଭାବରେ ହେଉନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉଭୟ ଗ୍ରାମକୁ ସପ୍ତାହକୁ ଦିନେ ପାଣି ଦେଉଥିବା ବେଳେ କେବଳ ଅଧଘଣ୍ଟା ପାଣି ଦେଉଛନ୍ତି । ଫଳରେ ଗ୍ରାମରେ ଲାଗିଥିବା ଟେପ ପାଖରେ ପାଣି ପହଞ୍ଚିବା ପୂର୍ବରୁ ପାଣି ବନ୍ଦ ହୋଇ ଯାଉଛି । ପିଇବା ପାଣିର ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଗ୍ରାମ ବାସୀ ନଳକୁଅ ଗୁଡିକର ଫ୍ଲୁରାଇଡ଼ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେବା ସହିତ ଅନେକ ସମୟରେ ପାଣି ଜନିତ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ କେତେ ସମୟ ପାଣି ଯୋଗାଣ ହେଉଛି ବୋଲି ଜଣେ ସୂଚନା କର୍ମୀ ଅଭିନବ ନାଏକ (ପୂର୍ବତନ ଲିଗାଲ ଲିଟେନର ଖଡ଼ିଆଳ) ନୂଆପଡା ଜିଲ୍ଲା ଜଳ ଓ ପରିମଳ ବିଭାଗକୁ ଗତ ଫେବୃଆରୀ ୧୪ ତାରିଖରେ ସୂଚନା ମାଗିଥିଲେ ସୂଚନା ପାଇଥିଲେ ମାର୍ଚ୍ଚ ୩ ରେସୂଚନା ପାଇଲେ । ସେହି ତଥ୍ୟରେ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ ପାଣି ଦେବାର ସମୟ ଆଠ ଘଣ୍ଟା ସକାଳେ ୪ ଘଣ୍ଟା ଓ ସନ୍ଧ୍ୟାରେ ୪ ଘଣ୍ଟା ପାଣି ଯୋଗାଣ ହେଉଛି ବୋଲି ଦର୍ଶା ଯାଇଛି । ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ପାଣି ସପ୍ତାହକୁ ଦିନେ ଦିଆଯାଉଛି ଓ କେବଳ ଅଧ ଘଣ୍ଟା ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ଏନେଇ ଖଡ଼ିଆଳ ଜଳ ଓ ପରିମଳ ଯନ୍ତ୍ରୀଙ୍କୁ ପଚାରିବାରୁ ପାଣି ଠିକ ଭାବରେ ଦିଆଯାଉଛି ମୋ ପାଖରେ ଅଭିଯୋଗ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଠିକ ଭାବରେ ପାଣି ଯୋଗାଇ ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ