ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଇବା ପାଣି ପାଇଁ ଲୋକେ ଡହକ ବିକଳ

ଜଳ ଯୋଗାଣ ନେଇ ଭୁଲ ତଥ୍ୟ ପ୍ରଦାନ

ନୂଆପଡା: ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଥାଇ ପିଇବା ପାଣି ପାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଜଳ ଯୋଗାଣ ନହୋଇ ଆଠ ଘଣ୍ଟା ଜଳ ଯୋଗାଣ ହେଉଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛିି। ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ଓ ଫୋକଟ ପଡାରେ । ଏହି ଗଡ୍ରାମୁଣ୍ଡା ଗ୍ରାମ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ପାଞ୍ଚ ଶହ ମିଟର ଦୂରରେ ଥାଇ ଜଳ ଯୋଗାଣ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବ୍ଲକ ଠାରୁ ଦୂରରେ ଥିବା ପଞ୍ଚାୟତ ଗୁଡିକର ଅବସ୍ଥା କଣ ଥିବ ତାହା ସହଜେ ଅନୁମେୟ । କୁଶମାଲ ନଦୀରୁ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ ଗୋଟିଏ ପାଣୀ ଟାଙ୍କିରୁ ଜଳ ଯୋଗାଣ ହେଉଛି । ହେଲେ ଜଳ ଯୋଗାଣ ଠିକ ଭାବରେ ହେଉନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉଭୟ ଗ୍ରାମକୁ ସପ୍ତାହକୁ ଦିନେ ପାଣି ଦେଉଥିବା ବେଳେ କେବଳ ଅଧଘଣ୍ଟା ପାଣି ଦେଉଛନ୍ତି । ଫଳରେ ଗ୍ରାମରେ ଲାଗିଥିବା ଟେପ ପାଖରେ ପାଣି ପହଞ୍ଚିବା ପୂର୍ବରୁ ପାଣି ବନ୍ଦ ହୋଇ ଯାଉଛି । ପିଇବା ପାଣିର ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଗ୍ରାମ ବାସୀ ନଳକୁଅ ଗୁଡିକର ଫ୍ଲୁରାଇଡ଼ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେବା ସହିତ ଅନେକ ସମୟରେ ପାଣି ଜନିତ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ କେତେ ସମୟ ପାଣି ଯୋଗାଣ ହେଉଛି ବୋଲି ଜଣେ ସୂଚନା କର୍ମୀ ଅଭିନବ ନାଏକ (ପୂର୍ବତନ ଲିଗାଲ ଲିଟେନର ଖଡ଼ିଆଳ) ନୂଆପଡା ଜିଲ୍ଲା ଜଳ ଓ ପରିମଳ ବିଭାଗକୁ ଗତ ଫେବୃଆରୀ ୧୪ ତାରିଖରେ ସୂଚନା ମାଗିଥିଲେ ସୂଚନା ପାଇଥିଲେ ମାର୍ଚ୍ଚ ୩ ରେସୂଚନା ପାଇଲେ । ସେହି ତଥ୍ୟରେ ଗଡ୍ରାମୁଣ୍ଡା ଓ ଫୋକଟ ପଡାକୁ ପାଣି ଦେବାର ସମୟ ଆଠ ଘଣ୍ଟା ସକାଳେ ୪ ଘଣ୍ଟା ଓ ସନ୍ଧ୍ୟାରେ ୪ ଘଣ୍ଟା ପାଣି ଯୋଗାଣ ହେଉଛି ବୋଲି ଦର୍ଶା ଯାଇଛି । ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ପାଣି ସପ୍ତାହକୁ ଦିନେ ଦିଆଯାଉଛି ଓ କେବଳ ଅଧ ଘଣ୍ଟା ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ଏନେଇ ଖଡ଼ିଆଳ ଜଳ ଓ ପରିମଳ ଯନ୍ତ୍ରୀଙ୍କୁ ପଚାରିବାରୁ ପାଣି ଠିକ ଭାବରେ ଦିଆଯାଉଛି ମୋ ପାଖରେ ଅଭିଯୋଗ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଠିକ ଭାବରେ ପାଣି ଯୋଗାଇ ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

କଥା ଦେଇ କଥା ରଖିଲେ ସରପଞ୍ଚ

Sunil Chandra Nayak

ଓଡିଶା ଆଦିବାସୀ ମହାସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!