Uncategorizedକବିତା ସାହୁ ଙ୍କ କବିତା ଫେରିଆ ସମୟ by Sunil Chandra NayakJuly 12, 2022088 Share0 ଫେରିଆ ସମୟ କବିତା ସାହୁ ଫେରିଆ ତୁ ସମୟ ପଛକୁ ପଛକୁ ମୁଁ ପାଇଯିବି ମୋର ପିଲା ଦିନକୁ ମନେ ଭରି ଯିବ ମୋର କେତେ ଅତୀତର ଅପାସୋରା ସପନ ଯାହା ଦେଖି ଥିଲି ଦିନେ ନ ବୁଝି ମୁଁ ଜୀବନ । ୨- ସମୟ ତ ଏକ ଅଫେରା ବାଟୋଇ ଯେତେ ଯାହା କଲେ ଫେରେନା ସେହି ଫଗୁଣ ଫେରଇ ବରଷକେ ଥରେ ଫେରେନା ସମୟ କାହାରି ପାଇଁ। ୩- ପ୍ରତିଟି କ୍ଷଣ ଅଟେ ମୁଲ୍ୟବାନ ବୃଥାରେ ନ ଯାଉ ଚାଲି ସମୟର ମୁଲ୍ଯ ବୁଝି କାମ କଲେ ଲଭିବ ବିଭୁ କଲ୍ଯାଣ। ଥରେ ଚାଲିଗଲେ ସମୟ ହାତରୁ ମନସ୍ତାପ ହୁଏ ଯାଣ ସମୟର ସଦୁପଯୋଗ କର ଜୀବନେ ଫେରିଆ ସମୟ ମନେ ନ ଭାବେ। ୪- ମଣିଷ ଭାବଇ ଧନ ଦଉଲତ ଶକ୍ତିରେ ସେ ବଳବାନ ସମୟ ଅଟଇ ବଡ ବଳବାନ ଘଡିକେ ସବୁ ତ ଶୂନ୍ଯ ସୁଖ ଦୁଃଖ ପରା ପରସ୍ପର ବନ୍ଧା ସମୟ ଖେଳଇ ଚକାଭଉରୀ ସମୟ ଫେରିବ ଦୁଃଖ ଦୂର ହେବ ହେଲେ କାଳିଆ ଭରସା। ଜୟପୁର