ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତିରାଣୀ ଦେବତା ଙ୍କ କବିତା ନାରୀଶକ୍ତି

       ନାରୀଶକ୍ତି

ନିର୍ଯ୍ୟାତନା ଆଉ ସହିବୁ କେତେ
ଅବଳା କହୁଛି ସମାଜ ତୋତେ
ଶିକୁଳୀରେ ବନ୍ଧା ହଅନା ନାରୀ
ପୁରୁଷଙ୍କୁ ଦେଖି ଯାଆନି ଡରି ।।
ବିପ୍ଳବର ସ୍ୱର ଉଠୁରେ ତେଜି
ନିଜ ସାମର୍ଥ୍ୟକୁ ପାରୁନୁ ବୁଝି
ସୁରକ୍ଷା ଲାଗି ତୋ ନାହାନ୍ତି କେହି
ଦୁଷ୍କର୍ମ ବେଳେ ରହନ୍ତି ଚାହିଁ ।।
ଏସିଡ ପୀଡିତା ସାଜୁ ତୁ ପୁଣି
ନ୍ୟାୟ ମିଳୁନାହିଁ ସତକୁ ଜାଣି
ଯୌତୁକ ଜୁଇରେ ଜଳୁଛି ଦେହ
ତୋ ପ୍ରତି ନାହିଁ କାହାର ମୋହ ।।
ଭ୍ରୁଣ ହତ୍ୟାକାରୀ ରାକ୍ଷସ ଗଣ
ନାଶିବୁ ତାଙ୍କୁ ତୁ କର ପଣ 
ଲଜ୍ଜ୍ୱ୍ୟାଶୀଳା ହୋଇ ବିତାଉ ଦିନ
ବୁଝିବେନି କେହି ତୋର ମନ ।।
ଶିକ୍ଷା ଦୀକ୍ଷାରୁ ତୁ ଆଜି ବଞ୍ଚିତ
ନାରୀ ବୋଲି ପୁଣି ହେଉ ଲାଞ୍ଛିତ
ତିରସ୍କାର ତୋର ହୁଏ ସବୁଠି
ସ୍ୱାଭିମାନ ଲାଗି ଧର ତୁ ଲାଠି ।।
ରଜସ୍ୱାଳା ହେଲେ ନୁହେଁ ତୁ ଘୁଣ୍ୟ
ନାରୀ ଏକା ତୁହି ଜଗତେ ଧନ୍ୟ
ନାରୀଶକ୍ତି ଏବେ ଉଠୁରେ ମାତି
ହଟିଯାଉ ପୁଣି ଅନ୍ଧାର ରାତି ।।

              ମୁକ୍ତିରାଣୀ ଦେବତା

                  ମନ୍ଦାରଖଣ୍ଡ, ଯାଜପୁର

Related posts

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

Sunil Chandra Nayak

ରାଇରଙ୍ଗପୁର – ଦାଣ୍ଡବୋଷ ରାସ୍ତାରେ ଦୁର୍ଘଟଣାରେ ଯୁବକ ଗୁରୁତର, ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର

Sunil Chandra Nayak

କୂଅ ରେ ଗାଧୋଇବା ବେଲେ ଯୁବକ ର ଗୋଡ଼ଖସି କୂଅ ରେ ପଡି ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!