କୋଷାଗୁମୁଡା ୧୮|୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମା ସ୍ଥିତ ଲ୍ୟାମ୍ପସ୍ ରେ ଚାଷୀ ମାନେ ସାର ନ ମିଳିବାରୁ ତାଲା ଠୁଙ୍କିଲେ ।ଚାଷୀମାନେ ବାରମ୍ବାର ଅଭିଯୋଗ କରିଛନ୍ତି ଯେ ଚାଷୀ ମାନେ ପ୍ରତ୍ୟେକ ଦିନ ସାର ପାଇଁ ଆସୁଛନ୍ତି ଓ ପୁଣି ଘରକୁ ଫେରି ଯାଇଛନ୍ତି l ସେମାନଂକୁ ସଠିକ ଭାବେ କୁହଯାଉ ନାହିଁ ଯେ କେଉଁ ଦିନ ସାର ଆସିବ ବୋଲି l ଚାଷୀ ମାନେ ନିଜର କାମ ଧନ୍ଦା ଛାଡି ଆସୁଛନ୍ତି ଓ ଫେରି ଯାଇଛନ୍ତି l କର୍ମଚାରୀ ଯେତେବେଳେ ଆଧାର କାର୍ଡ ଓ ଜମି ପଟ୍ଟା ଆଣିଲ ସାର ଦିଆଯିବ ବୋଲି କହିଥିଲେ ସେ ସମୟରେ ଚାଷୀ ମାନେ ଉତ୍ୟକ୍ତ ହୋଇ ତାଲା ଠୁଙ୍କିବା ସହ କିଛି ସମୟ ପାଇଁ ମୁଖ୍ୟ ରାସ୍ତା ମଧ୍ୟ ବନ୍ଦ କରିଦେଇଥିଲେ l ଓ ରାସ୍ତାର ମଝିରେ ଟାୟାର୍ ଜାଳି ଲୋକମାନଙ୍କୁ ଯିବା ଆସିବା ପାଇଁ ଦେଉ ନ ଥିଲେ l ସଙ୍ଗେ ସଙ୍ଗେ କୋଷାଗୁମୁଡା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାମଣା କରିଥିଲେ ଓ ପରେ ଚାଷୀ ମାନେ ରାସ୍ତା ରୁ ହଟିଥିଲେ ଓ ଲ୍ୟାମ୍ପସ୍ ପରିସରରେ ପାଟିତୁଣ୍ଡ କରୁଥିଲେ l ପରେ ଚାଷୀ ଙ୍କୁ ଆଧାର କାର୍ଡ ପିଛା ଗୋଟିଏ ବସ୍ତା ଲେଖାଏଁ ସାର ଦିଆ ଯାଇଥିଲା ସାର ସମସ୍ୟା ନେଇ ଅନେକ ସମୟରେ ଚାଷୀ ଆନ୍ଦୋଳନ କଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ ବର୍ତ୍ତମାନ ସମୟରେ ଯଦି ସାର ନ ମିଳେ ତାହାହେଲେ ଚାଷୀ ମୁଣ୍ଡରେ ଚଡକ ପଡିବ l ଚାଷୀ ରୁଣ କରଜ କରି ଚାଷ କାର୍ଯ୍ୟ କରୁଥିଲାବେଳେ ଏପଟେ ସାର ପାଇଁ ରାସ୍ତା ରୋକ କରାଯାଇଥିଲା ଏବେ ଦେଖିବାକୁ ରହିଲା ପ୍ରକୃତରେ ସାର କେବେ ଆସିବ ଚାଷୀ କେବେ ସାର ନେବେ ଓ ଜମିରେ ସାର ପ୍ରୟୋଗ କରିବେ l ଗତ ବର୍ଷ ମଧ୍ୟ ଅଗଷ୍ଟ ୩୧ ରେ ସମାନ ଧରଣର ସମସ୍ୟା ସୃଷ୍ଟି ହୋଇଥିଲା l ଲ୍ୟାମ୍ପସ କାର୍ଯ୍ୟାଳୟ ଉପରେ ଚାଷୀ ମାନେ ଟେକା ପଥର ଫିଙ୍ଗି ସାମନା ଫାଟକ ମଧ୍ଯ ଭଙ୍ଗାରୁଜା କରିଥିଲେ I ଅନେକ ଚାଷୀ ଆହତ ମଧ୍ୟ ହୋଇଥିଲେ ଓ ଚାଷୀ ମାନଙ୍କ ନାଁ ରେ ମଧ୍ୟ କୋଷାଗୁମୁଡା ଥାନାରେ ମାମଲା ରୁଜୁକରାଯାଇଥିଲା I ପ୍ରତ୍ୟେକ ବର୍ଷ ସାର ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି I ସେଥି ପ୍ରତି ପ୍ରଶାସନ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଉ ନ ଥିବା ସାଧାରଣ ରେ ପ୍ରଶ୍ନ ବାଛି ସ୍ରୁଷ୍ଟି ହେଉଛି l ପ୍ରତ୍ୟେକ ବର୍ଷ ସାର ଆସୁଛି ଓ ସାର ଯାଉଛି କେଉଠି ତାହା ଚାଷୀ ମାନେ ଜାଣିବା ସମ୍ଭବପର ହେଉନାହିଁ I ଜଣେ ଲ୍ୟାମ୍ପସ କର୍ମଚାରୀ ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି I ନିର୍ଦ୍ଦେଶକ ଜଣକ ଫୋନ୍ କରିଥିଲେ ମଧ୍ଯ ଲ୍ୟାମ୍ପସ ପରିଚାଳକ ଫୋନ୍ ରିସିଭ୍ କରୁ ନାହାଁନ୍ତି ବୋଲି ଜଣାପଡିଛି l ଏପରି ସ୍ଥଳେ କୋଷାଗୁମୁଡା ଲ୍ୟାମ୍ପସ କିପରି ଭାବରେ ଚାଲିଛି ତାହା ସହଜରେ ଅନୁମେୟ କରାଯାଇପାରେ l
କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ