ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

ବାଲେଶ୍ଵର,୨୨/୭/୨୨- ସାରାଦେଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳନ ଚାଲିଛି । ସେହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତରେ ଥିବା ଆଦିବାସୀ ସାହିରେ ଅଞ୍ଚଳର ଯୁବ ବିଜେପି ନେତା ତଥା ସମାଜସେବୀ ଇଂ.ରାଜେଶ ମହାକୁଡ଼ଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳନ ହୋଇଯାଇଛି । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଖୁସିରେ ତା ୨୨/୭/୨୨ ରିଖ ଅପରାହ୍ନରେ କୁରୁଣ୍ଟା ଆଦିବାସୀ ସାହିରେ ଶ୍ରୀ ମହାକୁଡ଼ଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି ନେତା, କର୍ମୀ ଏବଂ ଆଦିବାସୀ ପରିବାରର ସଦସ୍ୟମାନେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଖୁସିରେ ମିଠା ବାଣ୍ଟିବା ସହ ବାଜା ବଜାଇ ନାଚଗୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ଶ୍ରୀ ମହାକୁଡ଼ଙ୍କ ସମେତ ସ୍ଥାନୀୟ ସରପଞ୍ଚ ରଘୁନାଥ ଜେନା, ସ୍ଥାନୀୟ ସମିତିସଭ୍ୟା କମିଳିନୀ ମାଝୀ, ୫ନଂ ଯୋନ ବିଜେପି ମଣ୍ଡଳ ସଭାପତି ମହେଶ୍ୱର ନାଥ, ଯୁବ ନେତା ମାନସ ବେହେରା, କମଳାକାନ୍ତ ଜେନା, କମଳ ଲୋଚନ ପ୍ରଧାନ, ପ୍ରତାପ ପୃଷ୍ଟି, ଗୌତମ ସାହୁ, ବନମାଳୀ ଜେନା, ଲମ୍ବୋଦର ବେହେରା, ଜ୍ୟୋତିରଞ୍ଜନ ପାଢୀ, ମୁନା ମୁର୍ମୁ, ରଶ୍ମିତା ମୁର୍ମୁଙ୍କ ସମେତ ବିଜେପି କର୍ମୀ ଏବଂ ଉକ୍ତ ଗ୍ରାମର ଆଦିବାସୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଗୁରୁତ୍ୱ ଦେଇ ଦେଶର ପ୍ରଥମ ନାଗରିକ ପଦବୀରେ ବସାଇଥିବାରୁ ବିଜେପି ନେତା, କର୍ମୀ ଏବଂ ଆଦିବାସୀ ପରିବାରର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!