ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

କେସିଙ୍ଗା ତା ୨୩.୦୫.୨୦୨୨ ଆଜି ସ୍ଥାନୀୟ କେସିଙ୍ଗା ବ୍ଲକ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଡି, ଡି ଆର୍ ଡି ଏ , କଳାହାଣ୍ଡି ଶ୍ରୀ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି, ,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କେସିଙ୍ଗା ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୨୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୧୩ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩୩ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କେସିଙ୍ଗା ର ଶ୍ରୀ ଗଣେଶ ସିକ୍କା, ବେଲଖଣ୍ଡିରୁ ଗୁଣନିଧି ସାହୁ ଏବଂ ଜଗତ ଭୋଇ ଙ୍କୁ ଚିକିତ୍ସା ସହାୟତା ବାବଦକୁ ପ୍ରତ୍ୟେକ ଟ ୫୦୦୦/- ଅନୁମୋଦନ କରାଯାଇଥିଲା।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ, ରାସ୍ତା, ଶିକ୍ଷକ ପଦବୀ ପୂରଣ, ଉଠାଜଳ ସେଚନ ଉପରେ ଥିଲା।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

ତୁକଲା ମେହେର ସମାଜ ତରଫରୁ ଗଙ୍ଗାଧର ଜୟନ୍ତୀ

Sunil Chandra Nayak

ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

Sunil Chandra Nayak

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak

Leave a Comment

error: Content is protected !!