ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ୍ଗ ଭବନର ସୌନ୍ଦର୍ଯ୍ୟ କରଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

ରାଉରକେଲା/ ସେକ୍ଟର ୩ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ଆନୁକୂଲ୍ୟରେ ମହାସଭା ପରିସରରେ ଆୟୋଜିତ ଖଡ୍ଗ ପୂଜା ସଂନ୍ଧ୍ୟା ଆରତୀ ସମୟରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ରହି ପୁଜାର୍ଚ୍ଚନା କରିଥିଲେ। ମହାସଭାର ଉପଦେଷ୍ଟା ହରିହର ରାଉତରାୟ ଓ ରଘୁନାଥପାଲି ବିଜେଡି ସଭାପତି ଆଇନଜୀବୀ ଆର୍ତ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି ପୂଜାରେ ଭାଗ ନେଇଥିଲେ। ମହାସଭାର ସାଧାରଣ ସଂପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ତରଫରୁ ବିଧାୟକ ଶ୍ରୀ ତରାଇ, ଉପଦେଷ୍ଟା ଶ୍ରୀ ରାଉତରାୟ ଓ ବିଜେଡି ସଭାପତି ଶ୍ରୀ ମହାରଣାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସ୍ବାଗତ କରା ଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ତରାଇ ଅନୁଷ୍ଠାନର ଆବଶ୍ୟକ ମରାମତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନଡିଆ ଭାଙ୍ଗି ପ୍ରତିଶୃତି ଦେଇଥିଲେ। ଅନୁଷ୍ଠାନ ତରଫରୁ ବିଧାୟକଙ୍କ ତତ୍ବାବଧାନରେ ହେବାକୁ ଥିବା ରଥଯାତ୍ରା ସମୟରେ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଉପେନ୍ଦ୍ର ନାୟକ,ଅକ୍ଷୟ ଜେନା,ଗଙ୍ଗାଧର ନାୟକ,ଶମ୍ବୁନାଥ ପରିଡା,ନାରାୟଣ ସାମଲ,ଆର.କେ.ପରିଡା, ନିରଞ୍ଜନ ଖଣ୍ଡାୟତରାୟ,ସୁରେନ୍ଦ୍ର ରାଉତ,ନୀଳମଣି ଜେନା,ହୃଷିକେଶ ପରିଡା,ବାବାଜି ସ୍ବାଇଁ,ସୁବ୍ରତ ମଲ୍ଲିକ,ଉଗ୍ରେସନ ବିଶ୍ବାଳ,ପ୍ରହ୍ଲାଦ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,କୁଂଜବିହାରୀ ରାଉତ, ସଂଜୀବ ନାୟକ,ଅବନୀ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

Sunil Chandra Nayak

ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର 

Sunil Chandra Nayak

ପ୍ରସୂତି ମହିଳାର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!