ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

ମହାଭାରତ ଯୁଦ୍ଧରେ ବଡ଼ ବଡ଼ ବୀର ଯୋଦ୍ଧା ଯୁଦ୍ଧ କରିଥିବା ଆପଣ ଜାଣିଥିବେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଦ୍ରୋଣାଚାର୍ଯ୍ଯ । ଦ୍ରୋଣାଚାର୍ଯ୍ଯ କୌରବ ଏବଂ ପାଣ୍ଡବ ଦୁହିଁଙ୍କର ଗୁରୁ ଥିଲେ । ଦ୍ରୋଣାଚାର୍ଯ୍ଯଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ଥିଲେ ଅର୍ଜୁନ । ଗୁରୁ ଦ୍ରୋଣ ଜଣେ ମହାନ୍ ଯୋଦ୍ଧା ହୋଇଥିଲେ ମଧ୍ୟ ତାଙ୍କ ଜନ୍ମ ବୃତ୍ତାନ୍ତ ହେଉଛି ସଵୁଠାରୁ ଆଶ୍ଚର୍ଯ୍ୟଜନକ । ଗୁରୁ ଦ୍ରୋଣାଚାର୍ଯ୍ଯଙ୍କ ପିତା ହେଉଛନ୍ତି ମହର୍ଷି ଭରଦ୍ବାଜ । ହେଲେ ବିନା ମା’ ରେ ଜନ୍ମ ଭୂମିଷ୍ଠ ହୋଇଥିଲେ ଭାରତର ଏହି ମହାନ୍ ଗୁରୁ ।

        ଥରେ ଦ୍ରୋଣଙ୍କର ପିତା ଋଷି ଭରଦ୍ବାଜ କିଛି ଋଷିମାନଙ୍କ ସହିତ ମିଶି ଗଙ୍ଗାକୂଳରେ ଏକ ବଡ଼ ଯଜ୍ଞ କରୁଥିଲେ । ସଵୁଦିନ ପରି ଭରଦ୍ବାଜ ଅନ୍ୟ ଋଷି କୁମାର ମାନଙ୍କ ସହିତ ଗଙ୍ଗାରେ ସ୍ନାନ କରିବାକୁ ଯାଆନ୍ତି । ଏକଦା ସେ ସ୍ନାନ କରୁଥିବା ବେଳେ ସ୍ବର୍ଗର ଜଣେ ସୁନ୍ଦରୀ ଅପ୍ସରାଙ୍କୁ ଦେଖି ବିଚଳିତ ହୋଇ ପଡିଥିଲେ ଭରଦ୍ବାଜ । ଗଙ୍ଗାରୁ ସ୍ନାନ ସାରି ବାହାରୁ ଥିବା ସମୟରେ ଓଦା ବସ୍ତ୍ରରେ ଅପୂର୍ବ ସୁନ୍ଦର ଦିଶୁଥିବା ଏହି ଅପ୍ସରାଙ୍କୁ ଦେଖି ଋଷି ଭରଦ୍ବାଜଙ୍କ ମନରେ କାମଭାବନା ଜାଗ୍ରତ ହୋଇଥିଲା । ମନରେ ଜାତ ହୋଇଥିବା କାମନା ଯୋଗୁ ତାଙ୍କର ଶୁକ୍ର ସ୍ଖଳିତ ହୋଇଥିଲା । ଏହାପରେ ଋଷି ଭରଦ୍ବାଜ ସେହି ଶୁକ୍ରକୁ ପତ୍ରରେ ତିଆରି ହୋଇଥିବା ଏକ ଠୋଲା(ସଂସ୍କୃତରେ ଯାହାକୁ ଦ୍ରୋଣ କୁହାଯାଏ)ରେ ବୁଦାମୂଳେ ରଖି ଦେଇଥିଲେ । ଏହାପରେ ଋଷି ମାନଙ୍କ ସହିତ ସ୍ନାନ କରି ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ ।

      ଏହିପରି ଯଜ୍ଞ ସମାପ୍ତ ହେବାପରେ ମହର୍ଷି ଭରଦ୍ବାଜ ନିଜ ଆଶ୍ରମକୁ ଆସି ରହିଥିଲେ । ଏହାର କିଛି ଦିନ ବିତିଯିବା ପରେ ତପୋବଳରେ ଋଷି ଭରଦ୍ବାଜଙ୍କୁ ଉକ୍ତ ଘଟଣା ସମ୍ପର୍କରେ କିଛି ଜ୍ଞାତ ହୋଇଥିଲା । ସେ ଆଶ୍ରମରୁ ବାହାରି ଗଙ୍ଗାନଦୀ କୂଳରେ ଥିବା ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାରେ ସେ ନିଜ ଶୁକ୍ର ଧାରଣ କରିଥିବା ପତ୍ର ଠୋଲାକୁ ରଖିଥିଲେ । ସେହି ଠୋଲାରେ ଏକ ଶିଶୁପୁତ୍ର ଖେଳୁଛି । ଅପୂର୍ବ ତେଜମୟ ଦିଶୁଥିବା ଶିଶୁଟିକୁ ଭରଦ୍ବାଜ ନିଜ ଆଶ୍ରମକୁ ନେଇ ଆସିଥିଲେ । ପରବର୍ତ୍ତୀ କାଳରେ ସେହି ଶିଶୁ ଭରଦ୍ବାଜଙ୍କର ପୁତ୍ର ଦ୍ରୋଣାଚାର୍ଯ୍ଯ ଭାବେ ପ୍ରସିଦ୍ଧି ଲାଭ କରିଥିଲେ ।

     ମାତୃ ଗର୍ଭରୁ ଜନ୍ମ ନ ହୋଇ ଏକ ପତ୍ର ଠୋଲାରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କର ନାମକରଣ ଦ୍ରୋଣ ହୋଇଥିଲା । ସେ ପରବର୍ତ୍ତୀ ସମୟରେ ଭଗବାନ ପରଶୁରାମଙ୍କ ଶିଷ୍ଯତ୍ବ ଲାଭ କରି ସମସ୍ତ ଦିବ୍ୟ ଅସ୍ତ୍ରଶସ୍ତ୍ରର ଜ୍ଞାନ ପ୍ରାପ୍ତ କରିଥିଲେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ଜେକେ କାଗଜ କଳରେ ମହାସମାରୋହରେ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!