ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଯାହା ପାଇଁ ପ୍ରଭୁ ଦିନ ଆଉ ରାତି 

    ସେହି ମୋର ଭଗବାନ

ସେ ମୋ ପିତା ମାତା ମୁ ତାଙ୍କ ସନ୍ତାନ

    ତାଙ୍କ ସେବା କାଟେ ଦିନ।

ଆଦେଶ ପାଳନେ କରୁଛି କରମ

   ଯାହା ଭାଗ୍ୟ ଥିବ ଧର୍ମ

ତାଙ୍କ ଛଡା ନାହିଁ ମୋ ଜୀବନ ଗତି

    ପ୍ରଭୁ ଜୀବନ ସମ୍ମାନ।

ଯାହା ପାଶେ ବସି ନିତି ଦିଏ ବାର୍ତ୍ତା

  ସେ ବିଶ୍ବ ଜଗତ ପ୍ରଭୁ

ବିପଦ ବେଳରେ ଉଭା ହୋଇ ଥାଏ

    ଉଦ୍ଧାରରେ ଶାହା ସବୁ।

କେଉଁଠି ହାରିବା କପାଳରେ ନାହିଁ

   ପ୍ରଭୁ ଆଶୀର୍ବାଦ ଶ୍ରେଷ୍ଠ

ଆଗେଇ ଜୀବନ କସରତ କରି

   ବଂଶୀକୁ ନ ଦିଅ କଷ୍ଟ।

ଏ ମାନଗୋବିନ୍ଦ ପଦରେ ଶରଣ

    ଯାହା ଇଛା ଭାଗ୍ୟ ମୋର

ଯେତେ ଦିନ ଥିବି ତୁମରି ଆଶ୍ରାରେ

    ତୁମେ ଜୀବନ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

Leave a Comment

error: Content is protected !!