ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକ୍ଟର ଙ୍କ ଭୁଲ୍ ଇଞ୍ଜେକ୍ସନ ପାଇଁ ନାବାଳକ ରୋଗୀ ମୃତ୍ୟୁ ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କୁ ଅଭିଯୋଗ 

ଗତ ରବିବାର ଦିନ  ଭଦ୍ରକ  ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡି ଛକ ନିକଟରେ ଥିବା ଘରୋଇ କ୍ଲିନିକରେ  ଚିକିତ୍ସା ସମୟରେ ଡାକ୍ତର ଙ୍କ ଚରମ ଅବହେଳା ହେତୁ ନାବାଳକ ଶିଶୁ  ରାଜମୋହନ ପଣ୍ଡା (୧୧) ଙ୍କ ମୃତ୍ୟୁ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି।ରାଜ ମୋହନ ହେଉଛନ୍ତି କରଞ୍ଜଆଡିଆ ଗାଁ ର ରାଜୁ ପଣ୍ଡା ଙ୍କ ପୁଅ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଘରୋଇ କ୍ଲିନିକ କୁ ନେଇଥିଲେ , ସେଠାରେ ଗୋଟିଏ ଇଞ୍ଜେକ୍ସନ ଦେବାପରେ ଆହୁରି ଅସୁସ୍ଥ ହୋଇ  କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଥିଲା, ତେବେ ଭୁଲ୍ ଇଞ୍ଜେକ୍ସନ ପାଇଁ ରୋଗୀର ମୃତ୍ୟୁ ହୋଇଛି, ଏହି ଖବରଟି ଗଣମାଧ୍ୟମରେ ପ୍ରଶାରଣ ହେବାପରେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଶ୍ରୀଭଜମନ ବିଶ୍ୱାଳ  ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ,ଅଭିଯୋଗ କୁ ଗୁରୁତର ସହିତ ଗ୍ରହଣ କରି କମିଶନଙ୍କ ଡାଇରି  ନମ୍ବର ୧୫୭୧୭/ଇନ୍ / ୨୦୨୨  ଅନୁଯାୟୀ ଏହାକୁ ବିଚାର ପାଇଁ ଗ୍ରହଣ କରା ଯାଇଛି  ଏବଂ ଘରୋଇ କ୍ଲିନିକ ଓ ଡାକ୍ତର ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ସେହି ଗରିବ ପରିବାରର ମୃତ ନାବାଳକ ଙ୍କ ପରିବାର ଙ୍କୁ ନ୍ୟାୟ ଏବଂ କ୍ଷତିପୂରଣ ଦାବି କରିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ।

Related posts

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

Sunil Chandra Nayak

ବିଜେଡି ରାଜ୍ୟ ଛାତ୍ର ଜନତା ସାଧାରଣ ସଂପାଦକ ଭାବେ ବିକାଶ ମହାନ୍ତି ମନୋନୀତ

Sunil Chandra Nayak

Leave a Comment

error: Content is protected !!