ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଓୟୁଜେ ସଂଘ

ନବରଙ୍ଗପୁର୨୦/୯(. ମ ନି ସ) ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ଓୟୂଜେ ପକ୍ଷରୁ ପାପଡାହାଣ୍ଡି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନବରଙ୍ଗପୁର ଉପ-ଆରକ୍ଷୀ ଅଧିକାରୀ ଜୟକୃଷ୍ଣ ବେହେରା ଆରକ୍ଷୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ରେ ରହି ଆକ୍ରମଣ କରିବା ଘଟଣା କୁ ତୀବ୍ର ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷିରେ ନବରଙ୍ଗପୁର ସାମ୍ବାଦିକ ମୁଖୀମନ୍ତ୍ରୀ ଙ୍କ ଉଦେଶ୍ୟରେ ନବରଙ୍ଗପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଚଳିତ ମାସ ୧୪ ତାରିଖ ଦିନ ପାପଡାହାଣ୍ଡି ଠାରେ ଯେଉଭଳି ଘଟଣା ଘଟିଥିଲା ଖବର ସଂଗ୍ରହ କରିବାକୁ ଯାଇଥିବା ୩ଜଣ ସାମ୍ବାଦିକ ଙ୍କୁ ଯେଉଭଳି ଭାବେ ଏ ଏସ୍ ପି ଶ୍ରୀ ବେହେରା ଦୂର୍ବ୍ୟବହାର ସାଙ୍ଗକୁ ରାଗିଯାଇ ଏକ ପ୍ଲାଷ୍ଟିକ ପାଇପରେ ସାମ୍ବାଦିକ ବୋଲି ଚିତ୍କାର କରି କହିବା ସତ୍ଵେ ପିଟିବା ଭଳି ଆଚରଣ କୁ ସମଗ୍ର ଜିଲ୍ଲା ସାମ୍ବାଦିକ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ସଂପୃକ୍ତ ଅଧିକାରୀଙ୍କ ବଦଳି ଦାବି ସହିତ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଘ ଦାବି କରିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା ସଂଘ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି। ଗତକାଲି ଜିଲ୍ଲା ର ନନ୍ଦାହାଣ୍ଡି, ଝରିଗାଁ, ଉମରକୋଟ,ଚନ୍ଦାହାଣ୍ଡି,ନବରଙ୍ଗପୁର ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୂର ଓୟୁଯେ ର ଜିଲ୍ଲା ଉପସଭାପତି ବାରିଜ୍ ପଟ୍ଟନାୟକ, ଚିଦାନନ୍ଦ ସାହୁ, କିଶୋର ପଟ୍ଟନାୟକ, ଫାଲଗୁନି ପାତ୍ର,ରବି ପଟ୍ଟନାୟକ, ଲକ୍ଷ୍ମୀ ଚରଣ ପଣ୍ଡା, ଦିଲୀପ ସୁନା, ଆଲବ୍ରଡ୍ ସେକ୍ସପୀୟର ବେନ୍ୟା, କରେଶ ଚନ୍ଦ୍ର ଉପାସି,ମଧୁ ସୁଦନ ବାଘ, ଜୀମ୍ମି ଘଣ୍ଟ, ବୋଣ୍ଟୀ ପଟ୍ଟନାୟକ, ଅଜିତ୍ କୁମାର ନାୟକ ସମେତ ଅନ୍ୟମାନେ ଉପସ୍ଥିତି ଥାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଅନ୍ୟ ବ୍ଲକ୍ ମାନଙ୍କ ରେ ବ୍ଲକ୍ ସଂଘ ନିଜ ନିଜ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ / ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Sunil Chandra Nayak

ନୂଆପଡାରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

Sunil Chandra Nayak

Leave a Comment

error: Content is protected !!