ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

 କାମାକ୍ଷାନଗର_୨୦/୦୯/୨୨_ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡ ଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା |ଯାହାଙ୍କ ପୁରା ନାମ ହେଉଛି ଅନନ୍ତ ଚରଣ ଦାସ |ସେ ପାଖାପାଖି ଦୁଇ ବର୍ଷ ହେଵ ଏହି ଜଙ୍ଗଲ ଜମିରେ ଥିବା ବଡ଼ ବଡ଼ ଗଛ କାଟି ସଫା କରିବା ସହ ସେଠାରେ ଏକ ଆଶ୍ରମ ସ୍ଥାପନ କରିଛନ୍ତି |ଏମିତିକି ସେଠାକୁ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ବନ୍ୟଜନ୍ତୁ କୁ ଶିକାର କରି ତାହାର ଦାନ୍ତ ଚମଡା ଶିଙ୍ଗ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି |ତେବେ ଏ ନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ବାବାକୁ ଗିରଫ ସହ ଉକ୍ତ ମଠ କୁ ଜବରଦଖଲ ଉଛେଦ ପାଇଁ ମୁକ୍ତାପଶି ଫରେଷ୍ଟର ଙ୍କୁ ନିର୍ଦେଶ ଦେଇଥିଲେ |ତେବେ ଫରେଷ୍ଟ ଶ୍ରୀ ଭଞ୍ଜ ଆଜି ସମ୍ପୃକ୍ତ ବାବଙ୍କୁ ଗିରଫ କରିଥିବା ବେଳେ କାଲି କୋର୍ଟ ଚାଲଣ କରାଯିବା ସହ ଆସନ୍ତା କାଲି ଉକ୍ତ ମଠ କୁ ଜବରଦଖଲ ଉଛେଦ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି |

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଜାଳିଛି ପ୍ରେମ‌ ଦୀପାଳି

Sunil Chandra Nayak

Leave a Comment

error: Content is protected !!