ଭଲ ପାଅ ଅହିଂସା କୁ
ଅହିଂସା ମନ ମଧ୍ୟେ ସାର
ଧର୍ମ ତା ଦେହେ କରି ଘର।
ସବୁ ଯୁଗରେ ସବୁ କାଳେ
ଅହିଂସା ଅଛି ସବୁ ପୁରେ।
ସୁଗୁଣ ତାଦେହେ ରହିଛି
ଅହିଂସା ପରମ ଧର୍ମ ଟି।
ପରକୁ କରଇ ଆପଣା
ଅହିଂସା ଅଟେ ପରମ ଆତ୍ମା।
ହିଂସା କରଇ ଯେଉଁ ଜନ
ସମୂଳେ ନାଶ ହୁଏ ଜାଣ।
କଉରବ ଆଉ କଂସାସୁର।
ହିଂସା ରେ ହେଲେ ଛାରଖାର।
ଗଢାହୁଏ ଯେ ଅହିଂସାର
ସେ ଲୋକ ଧନ୍ୟ ଏ ସଂସାରେ।
ଅହିଂସା ମନେ ଦିଏ ଶାନ୍ତି
ତା ବଳେ ରହିଛି ଧରିତ୍ରୀ।
ଇତିହାସ ଓ ପୁରାଣରେ
ଲେଖା ହୋଇଛି ଶୁଣ ନରେ।
ଅହିଂସା ବଳରେ ବଶିଷ୍ଠ
ପୁରାଣେ ହୋଇଛନ୍ତି ଶ୍ରେଷ୍ଠ।
ଅଶୋକ ଚଣ୍ଡାସୁର ରାଜା
ଅହିଂସା ବଳେ ପାଏ ପୂଜା।
ଜୈନ ବୁଦ୍ଧ ଓ ମହମ୍ମଦ
ଯୀଶୁ ଖ୍ରୀଷ୍ଟ ଙ୍କର ସଦଭାବ।
ଅହିଂସା ବଳେ ହେଲେ ଶ୍ରେଷ୍ଠ।
ଏହା କୁହଇ ଇତିହାସ।
ଦେଶକୁ କଲେ ସ୍ବାଧୀନତା।
ବାପୁଜୀ ଅହିଂସା ର ସତା।
ହିଂସା ନ କରଇ ଧରଣୀ।
ଅହିଂସା କୁ ପାଇବା ଭଲ
ଅହିଂସା ମୁଲ ଟି ଅମୂଲ୍ୟ।
ଉପଯୋଗିତା ପାଇଁ।
ଜନରଞ୍ଜନପ୍ରଧାନ
ଆଳୋଇ , ବାଲିପାଟଣା , ଖୋର୍ଦ୍ଧା