ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

     ସ୍ବାଗତମ୍ ମାଁ

ଆଶ୍ୱିନେ ଆସିବେ ମାଁ ଦେବେ ଆଶୀର୍ବାଦ 
ସେ କାରଣେ ସଜବାଜ ଚାଲିଛି ଧରାରେ 
ଭାଦ୍ରବର ଶୁକ୍ଳ ଚତୁର୍ଥୀରେ 
ମଙ୍ଗଳାଚରଣର ଆଦ୍ଯ ଆଗମନୀ ସଙ୍ଗୀତରେ 
ବିଘ୍ନେଶ୍ୱର ଗଜାନନେ କରି ଆବାହନ 
ମାତାଙ୍କ ଆଗମନୀର ଶୁଭ ଶଙ୍ଖ 
ଜନ ମୁଖେ ହେଲା ନିନାଦିତ ।
ପଞ୍ଚମୀରେ ନବାନ୍ନ ଭକ୍ଷଣେ 
ହର୍ଷତ୍ତୋଫୁଲ୍ଲ ସକଳ ମାନସ 
ସ୍ବଇଷ୍ଟଦେବଦେବୀଙ୍କୁ ଦେଇ ମଙ୍ଗଳ ଆରତୀ 
ଦୁର୍ଗତିନାଶିନୀଙ୍କର ଆସିବା ପଥକୁ 
ଉତ୍ସୁକ ହୃଦୟେ ସର୍ବେ 
ସତେ ଅପେକ୍ଷିତ। 
ଏ ଦୃଶ୍ଯ ଦର୍ଶନେ ବର୍ଷା ହୋଇଗଲା ସ୍ତବ୍ଧ 
ଗ୍ରୀଷ୍ମର ପ୍ରକୋପ ଲାଜେ ହେଲା ଶକ୍ତିହୀନ 
ନାତିଶୀତୋଷ୍ଣ ସମୟ ହୋଇ ଉପସ୍ଥିତ 
ବସନ୍ତର ଭ୍ରମ ସୃଷ୍ଟିକଲା 
ମିଳନର ମଧୁ ସ୍ବର ହେଲା ଗୁଞ୍ଜରିତ 
ଶାନ୍ତ କାନ୍ତ ପୃଥିବୀ ବକ୍ଷରେ। 
ନବ ରଙ୍ଗେ ଦେବାଳୟ ହୋଇ ପ୍ରଲେପିତ 
ଚୂଡ଼ାଦେଶେ ଉଡ଼େ ଆଜି ନବ ନବ ନେତ 
ମନ୍ଦାର ଦହନା ଦେଖ ଭାବ ବିହ୍ବଳିତା 
କେତେବେଳେ ପାଇବେ ସେ ମାତାଙ୍କ ପରଶ 
ଉଦ୍’ବିଗ୍ନ ଚିତ୍ତରେ ଏବେ ଅଛନ୍ତି ଅନାଇଁ।
ନଦୀମାନ ଜଳାଧାର ହ୍ରାସ ହେବା ଦେଖି 
କର୍ଦ୍ଦମାକ୍ତ ରାସ୍ତା ସବୁ ହୋଇଲେ ସଜାଗ
ମାଆଁଙ୍କର ଆଗମନେ ମନେ ଆଣି ତତ୍ପରତା 
ଶୁଷ୍କ ହୋଇଗଲେ ସୁଗମନାଗମନ ନିମିତ୍ତେ,
ଭାବୁଥିଲେ, 
ଭକ୍ତଗଣ ହୋଇ ଆନନ୍ଦିତ 
ମୋ ଦେହରେ ଯାଉଥାନ୍ତୁ ଭକ୍ତି ଭାବ ଘେନି। 
ଅଘୋଷିତ “ସ୍ବଚ୍ଛ ଭାରତ” ସକାଶେ 
ଆବାଳବୃଦ୍ଧବନିତା ସର୍ବେ ନିମଜ୍ଜିତ 
ଯଥାସାଧ୍ଯେ ଲାଗିଛନ୍ତି ସର୍ବେ ନିଜ କର୍ମେ 
ଅଦୃଷ୍ଟ ଇସାରା କିବା ସର୍ବ ଚରାଚରେ 
ଦଶଭୁଜାଙ୍କର ଶୁଭ ଧରା ଆଗମନେ 
ତିଳେହେଲେ କୌଣସିରେ କରିବେନି ହେଳା। 
   

          ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ
ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ମା କନକ ଦୁର୍ଗା ଙ୍କ ପୀଠରେ ଆଜି ନବରାତ୍ରୀ ର ଚତୁର୍ଥ ଦିବସ ପାଳିତ 

Sunil Chandra Nayak

ଶହେ ମିଟର ଲମ୍ବାର ଜାତୀୟ ପତାକା ଉଡ଼ାଇ ଆଜାଦିକା ଅମୃତ ମହୋତ୍ସବ ପାଳନ କଲେ

Sunil Chandra Nayak

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!