ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଆସ ମା 

ଆସ ମା 

ସବୁଜ ପତରେ ଓହ୍ଲାଇ ଆସ ମା
     ହିମ ସମୀରର ସ୍ରୋତେ
ବରଷା ରାଣୀର ଝିମି ଝିମି ସୁର
      କୁମାରୀ ଗଣ ସଂଗୀତେ (1)
ମଙ୍ଗଳେ ମଙ୍ଗଳା ମଙ୍ଗଳା ଚରଣ
     ଗୁଞ୍ଜରିତ ତୋ ସ୍ଵାଗତେ
ଅପର ପକ୍ଷର ମହାଳୟା ଶ୍ରାଦ୍ଧ
       ମନ୍ତ୍ର ରତ ପୁରୋହିତେ (2)
ପ୍ରକୃତି ସୁଷମା ରୂପେ ଅନୁପମା
       କ୍ଷେତ ବନ ଉପବନ
ସର ସରୋବର ଶୋଭା ଭରପୁର
      ନୃତ୍ୟରତ ପ୍ରାଣୀ ଧନ (3)
କାଶତଣ୍ଡୀ ଶୋଭା ପ୍ରାଣ ମନଲୋଭା
      ଶୀତଳ ବାଆର ପୀର
ସଂସ୍କୃତି ବାହକ ପାଲାର ଗାୟକ
     ହସ୍ତେ ଧରିଣ ଚାମର (4)
ଜହ୍ନି ଲତା ସୂତ୍ରେ ସୁବର୍ଣ୍ଣ କୁସୁମ
     ହାର ଗୁନ୍ଥି ବାଡ଼ କରେ
କମଳ କୁମୁଦ କୁମ୍ଭ ଦ୍ୱାର ଦ୍ୱାର
    ଆହ୍ୱାନେ ଭ୍ରମର ସୁରେ (5)
ଅଗ୍ର ପୂଜ୍ୟ ତୋର ସୁତ ଲମ୍ବୋଦର
    ଗ୍ରାମେ ଗ୍ରାମେ ଶିକ୍ଷାଳୟେ
ତୋଳି ଭାଇଚାରା ଅପୂର୍ବ ପସରା
    ଭରି ପ୍ରତି ହୃଦ ଲୟେ (7)

     ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

ଅଵିନାଶ ମହାପାତ୍ର ଙ୍କ କବିତା ମଲା ଜହ୍ନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ପ୍ରଭୁ, କ’ଣ ସବୁ ଭଲ?

Sunil Chandra Nayak

Leave a Comment

error: Content is protected !!