ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ପାର୍ବଣେ ବନଦୁର୍ଗା

  ପାର୍ବଣେ ବନଦୁର୍ଗା

ଶରଦ ଶୋଭା ସମ୍ଭାର ,ଉପମା କି ଅବା ତାର
ଆଦିଗନ୍ତ ସୁଷମା ମଣ୍ଡିତ,
କାଶ ଆଲଟ ଚାମର ଦୋଳି ଦୃଶ୍ୟେ ମନୋହର 
,ଝରିତ ଶେଫାଳୀ ସୁରଭିତ.
ନୀଳାଭ ଅମ୍ବର ଶୋଭା ଯୋଛନା ବି ମନ ଲୋଭା
ଲୋହିତ ପଲ୍ଲବ ବାରୁଣୀ ରେ,
ଛୁରିଅନା ମହ ମହ ଶାକମ୍ୱରେ ଧରା ଦେହ
କୁମୁଦ ଶୋଭଇ ସରସୀ ରେ.
ଘନ ନୀଳ କାନ୍ତି ସାଥେ ଅପରାଜିତା ବି ହସେ
ଜହ୍ନିଫୁଲ ସଂଜେ ଶୋଭାବନ,
ମୁକୁରିତ ଜଳ ପରେ ମୀନ ଖେଳେ ହରଷ ରେ
ପୂର୍ଣ୍ଣଗର୍ଭା ପୁଣ୍ୟତୋୟା ପୁଣ.
 ଭୂ ଭୂମୀ ଭୁମା ସ୍ୱଚ୍ଛ ତୋଫା ପଣେ ଦଶ ଦିଶ
ଦେବୀ ପକ୍ଷେ ଦେବୀ ଆବାହନ,
ବରଦା ସେ ଚ୍ଛିନ୍ନମସ୍ତା ଭୀମା ଓ ସହସ୍ର ହସ୍ତା
ମୃଣ୍ମୟୀ ରୂପରେ ସଂସ୍ଥାପନ.
ପୁଲକ ପ୍ରବଣ ପୃଥ୍ବୀ ପାର୍ବତୀ ପର୍ବତ ପୁତ୍ରୀ
ପଦପାତି ହୁଅନ୍ତି ପ୍ରବେଶ,
ପାପ ତାପ ଯିବ ନାଶୀ ଉତ୍ଫୁଲିତ ଧରା ବାସୀ
ପାବନାବସର ଉପନୀତ.
ରଘୁପତି ତ୍ରେତୟା ରେ ଆବାହିଲେ ବନସ୍ତରେ
ସଂଗ୍ରାମେ ବିଜୟଂ ଦେହୀ ମାତ,
ଯାଚନା ପାଇଁ କି ପଦ୍ମ ଆଣି ଅଞ୍ଜନୀ ନନ୍ଦନ
ସମର୍ପିଲେ ଦାଶରଥି ପାଶ.
ମହାମାୟା ମାୟା କରି ନେଲେ ଶତଦଳ ହରି
ଭକ୍ତି ପରଖିଲେ ପ୍ରଭୁଙ୍କର,
କମଳ ନୟନ ରାମ କାମ୍ୟ ପୂଜା ସମାପନ
କୋଦଣ୍ଡ ରେ କରିଲେ ଟଙ୍କାର.
ଓପାଡି ଏକ ନୟନ ମାତା ପଦେ ସମର୍ପିଣ
ସମାପିବେ ପୂଜା ଉପଚାର.
ଭକ୍ତି ରେ ହୋଇ ସନ୍ତୁଷ୍ଟ ଜଗନ୍ମାୟା ଜଗତ ମାତ
ପ୍ରକଟି ଧରିଲେ ରାମ କର.
ଦେବୀଙ୍କ ଆଶିଷ ପାଇ ରାମ ହୋଇଲେ ବିଜୟୀ
ଧରମର ହୋଇଲା ବିଜୟ.
ସ୍ୱର୍ଣ୍ଣ ମୟୀ ଲଙ୍କା ଜାଳି ରାବଣ ର ଅନ୍ତକରି
ମଇଥେଳି ପ୍ରାପତ ରାମ ରାୟ.
ବନସ୍ତେ ପୂଜିଲେ ଯେଣୁ ବନଦୂର୍ଗା ନାମ ତେଣୁ
ଅକାଳ ବୋଧନ ପୂଜା ଏଇ,
ପରିମଳ ଧରା ହୋଇ ଭକ୍ତି ଭାବ ଟି ଜଗାଇ
ଆରାଧନା ନୀରାଜନା ପାଇଁ 

ମିନତି ଦାଶ

ବାରିପଦା

Related posts

ଜୟ କୁମାର ମିଶ୍ର ଙ୍କ କବିତା ସବୁଠୁ ବଳ, ମୋ ମା’ର କୋଳ 

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଶିବ ବିବାହ ପାଇଁ ଜୟପାଟଣା ଉତ୍ସବ ମୁଖର

Leave a Comment

error: Content is protected !!