ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ଓ ମୋଟରସାଇକେଲ ଧକ୍କା ୧ ମୃତ

  ଡାବୁଗାଁ, ୧୩/୭ ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ରାଜ୍ୟରାଜପଥ-୩୯ ଉପରେ ଝରିଗୁଡା ଛକ ନିକଟରେ ଟ୍ରକ ଓ ମୋଟର ସାଇକେଲ ଧକ୍କା ହୋଇ ମୋଟର ସାଇକେଲ ଆରୋହି ମୃତ | ସୂଚନାଯୋଗ୍ୟ ବୁଧବାର ରାତ୍ର ପ୍ରାୟ ୮.୩୦ ସମୟରେ ଏକ ସାର ବୋଝେଇ ଟ୍ରକ ନଂ ଓଆର ୧୦ ଜି ୧୯୦୩ ରାଇଘର ଅଭିମୁଖେ ଯାଉଥିବା ସମୟରେ ପଛପଟୁ ଏକ ମୋଟରସାଇକେଲ ଓଡି ୧୫ ଏଲ ୪୩୮୫ ଧକ୍କା ହୋଇଥିଲା | ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ ଚାଳକ ଲକିନାଥ ତ୍ରିପାଠୀ (୨୫) ଙ୍କ ମୃତ୍ୟୁ ଘଟିଥିଲା | ମୃତକ ଜଣଙ୍କ ହେଲେ ସୋନପୁର ଜିଲାର | ସେ ସିଂସାରି ବ୍ରାଞ୍ଚ ପୋଷ୍ଟ ଅଫିସରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ | ଆଜି ସେ ଡାବୁଗାଁ ସବପୋଷ୍ଟ ଅଫିସ ରୁ ସରକାରୀ କାର୍ଯ୍ୟ ସାରି ସିଂସାରି ଫେରୁଥିଲେ | ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ମୃତକ ଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା ଡାବୁଗାଁ ଙ୍କ ରିପୋର୍ଟ 

Related posts

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

Sunil Chandra Nayak

ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି ବ୍ଲକ୍ ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଚରମ ଅବହେଳା

Sunil Chandra Nayak

Leave a Comment

error: Content is protected !!