ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

କୋଷାଗୁମୁଡ଼ା ୨୮|୧୦| ମନିସ/ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର୍ ମହକୁମା ସ୍ଥିତ ଟିଓଏମୟୁ ବିଦ୍ୟାଳୟ ରେ ଗୁରୁବାର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି I ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତ ର ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରେ ସିନିୟର ଓ ଜୁନିୟର ବିଭାଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା l କୁଇଜ୍, ଗୀତ, ନାଚ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l ପ୍ରତ୍ୟେକ ବିଭାଗରେ ୧ମ, ୨ ୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷl ସର୍ବେଶ୍ଵରୀ ମାଝୀ, ସମ୍ମାନୀୟ ଅତିଥି ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ,,ମୁଖ୍ୟ ବକ୍ତା ଭାବେ ଯୋଗେନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଧନାଏ ଭତ୍ରା, ସମିତ ସଭ୍ୟ ଲକ୍ଷ୍ମଣ ପୁଜାରୀ, ଯୋଗଦେଇ ଥିବା ବେଳେ, ବିଇଓ ସୁବାଷ ଚନ୍ଦ୍ର ରାୟ,ଏବିଇଓ ଦିଗାମ୍ବର ହରିଜନ ଓ ସମସ୍ତ ସିଆରସିସି ମାନେ ସହଯୋଗ କରିଥିଲେ I ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗନେବେ I

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

Sunil Chandra Nayak

ବିଜେପି ପକ୍ଷରୁ ଆଜି ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ ପ୍ରଚାର

Sunil Chandra Nayak

ପୋଖରୀରେ ବୁଡି ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!