ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଟଙ୍କା

 **** ଟଙ୍କା ****

        ବେଣୁଧର ସୂତାର

ଟଙ୍କା,
ଆରେ କଳିକାଳ ଟଙ୍କା
ତୋତେ ପାଇବାକୁ ସବୁ ରଙ୍କା
ସିଧାବାଟେତୁହି କେବେ ନଆସୁରେ
ବାଟଟା ତୋହର ବଙ୍କା ।।
ଟଙ୍କା ପାଇଁ କିଏ ଦାଦନ ଖଟୁଛି
ଟଙ୍କାପାଇଁ ମାଆ ଛୁଆକୁ ବିକୁଛି
ଗରିବ ଭାଗ୍ୟରେ ଲଣ୍ଡା ବରଗଛ
ଧନୀକ ପାଖରେ ଝଙ୍କା
ଆରେ କଳିକାଳ ଟଙ୍କା ।।
କ୍ଷୀରସର ପୁଳି କାହାକୁ ରୁଚୁନି
ରୁଟି ଦିଇପଟ କିଏବି ପାଉନି
ଟଙ୍କା ପାଇଁ ଶିଶୁ ଶ୍ରମିକ ସାଜୁଛି
ସହି ନିଆଁଖୁଣ୍ଟା ଚେଙ୍କା         
ଆରେ କଳିକାଳ ଟଙ୍କା ।।
କିଏ ତୂଳିତଳ୍ପ ଶେଯରେ ଶୋଉଛି
ମାଟି ମଶିଣାରେ କା ଦିନ ଯାଉଛି
କାହାସିନ୍ଦୁକରେ ପୁରିଅଛୁ ତୁହି
କାହାର ପଡ଼ିଛି ଫାଙ୍କା
ଆରେ କଳିକାଳ ଟଙ୍କା ।।
ଟଙ୍କା ପାଇଁ ଜ୍ଞାନି ବୁଦ୍ଧିହୁଏ ବଣା
ଟଙ୍କାରେ ଅଜ୍ଞାନୀ ଜ୍ଞାନୀମଧ୍ୟେଗଣା
କଳାବାଟେ ତୋର ଗତିତ ପ୍ରଖର
ଧଳାବଟେ ମନେ ଶଙ୍କା
ଆରେ କଳିକାଳ ଟଙ୍କା ।।
ଟଙ୍କା ଥିଲେ ପର୍ଶୁ ହୁଏ ପର୍ଶୁରାମ
କଞ୍ଚନ ନାନୀଟା କାଞ୍ଚନ ମାଡାମ
ଟଙ୍କାହେଲେରାମା ଭଣ୍ଡାରିତ କହେ
ବାଳକେ କରିବ ବଙ୍କା
ଆରେ କଳିକାଳ ଟଙ୍କା ।।
କାହାପାଇଁ ତୁହି ଗୁପ୍ତ ଗନ୍ତାଘର
ଆଉ କାହାପାଇଁ ଅଦୃଶ୍ୟ ଅନ୍ଧାର
ଟଙ୍କାକରେମାନୀ ଟଙ୍କାକରେଜ୍ଞାନୀ
ଟଙ୍କା ଗଢେ ସ୍ବର୍ଣ୍ଣଲଙ୍କା
ଆରେ କଳିକାଳ ଟଙ୍କା ।।

କେଶଦୁରାପାଳ

କେନ୍ଦୁଝର

 

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳା ଉଦଘାଟିତ

Sunil Chandra Nayak

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

Leave a Comment

error: Content is protected !!