ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଟଙ୍କା

 **** ଟଙ୍କା ****

        ବେଣୁଧର ସୂତାର

ଟଙ୍କା,
ଆରେ କଳିକାଳ ଟଙ୍କା
ତୋତେ ପାଇବାକୁ ସବୁ ରଙ୍କା
ସିଧାବାଟେତୁହି କେବେ ନଆସୁରେ
ବାଟଟା ତୋହର ବଙ୍କା ।।
ଟଙ୍କା ପାଇଁ କିଏ ଦାଦନ ଖଟୁଛି
ଟଙ୍କାପାଇଁ ମାଆ ଛୁଆକୁ ବିକୁଛି
ଗରିବ ଭାଗ୍ୟରେ ଲଣ୍ଡା ବରଗଛ
ଧନୀକ ପାଖରେ ଝଙ୍କା
ଆରେ କଳିକାଳ ଟଙ୍କା ।।
କ୍ଷୀରସର ପୁଳି କାହାକୁ ରୁଚୁନି
ରୁଟି ଦିଇପଟ କିଏବି ପାଉନି
ଟଙ୍କା ପାଇଁ ଶିଶୁ ଶ୍ରମିକ ସାଜୁଛି
ସହି ନିଆଁଖୁଣ୍ଟା ଚେଙ୍କା         
ଆରେ କଳିକାଳ ଟଙ୍କା ।।
କିଏ ତୂଳିତଳ୍ପ ଶେଯରେ ଶୋଉଛି
ମାଟି ମଶିଣାରେ କା ଦିନ ଯାଉଛି
କାହାସିନ୍ଦୁକରେ ପୁରିଅଛୁ ତୁହି
କାହାର ପଡ଼ିଛି ଫାଙ୍କା
ଆରେ କଳିକାଳ ଟଙ୍କା ।।
ଟଙ୍କା ପାଇଁ ଜ୍ଞାନି ବୁଦ୍ଧିହୁଏ ବଣା
ଟଙ୍କାରେ ଅଜ୍ଞାନୀ ଜ୍ଞାନୀମଧ୍ୟେଗଣା
କଳାବାଟେ ତୋର ଗତିତ ପ୍ରଖର
ଧଳାବଟେ ମନେ ଶଙ୍କା
ଆରେ କଳିକାଳ ଟଙ୍କା ।।
ଟଙ୍କା ଥିଲେ ପର୍ଶୁ ହୁଏ ପର୍ଶୁରାମ
କଞ୍ଚନ ନାନୀଟା କାଞ୍ଚନ ମାଡାମ
ଟଙ୍କାହେଲେରାମା ଭଣ୍ଡାରିତ କହେ
ବାଳକେ କରିବ ବଙ୍କା
ଆରେ କଳିକାଳ ଟଙ୍କା ।।
କାହାପାଇଁ ତୁହି ଗୁପ୍ତ ଗନ୍ତାଘର
ଆଉ କାହାପାଇଁ ଅଦୃଶ୍ୟ ଅନ୍ଧାର
ଟଙ୍କାକରେମାନୀ ଟଙ୍କାକରେଜ୍ଞାନୀ
ଟଙ୍କା ଗଢେ ସ୍ବର୍ଣ୍ଣଲଙ୍କା
ଆରେ କଳିକାଳ ଟଙ୍କା ।।

କେଶଦୁରାପାଳ

କେନ୍ଦୁଝର

 

Related posts

ମା ମଝି ଘରିଆଣୀ ଙ୍କ ବାର୍ଷିକ ଚୈତ୍ର ପର୍ବ ର ପୂଜା କାର୍ଯ୍ୟକ୍ରମ 

Sunil Chandra Nayak

ରାଜ୍ୟ ବାହାର ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

Sunil Chandra Nayak

Leave a Comment

error: Content is protected !!