ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରମଣି ନାଟ୍ୟ ସଂଘ ର ସାଧାରଣ ବୈଠକ:୨୦୨୩ ରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ

ମ,ରାମପୁର,୨୮/୧୦(ମସୀହା): ଓଡ଼ିଶା ର ଅଗ୍ରଣୀ ନାଟ୍ୟ ସଂଘ ଚନ୍ଦ୍ରମଣି ନାଟ୍ୟ ସଂଘ ୧୯୨୩ ମସିହାରେ ମ.ରାମପୁର ରେ ପ୍ରତିଷ୍ଠା କରାଯାଇଥିଲା। ଏହି ନାଟ୍ୟ ସଂଘ ର ଆସନ୍ତା ବର୍ଷ ହେଉଛି ଶତ ବାର୍ଷିକୀ ବର୍ଷ। ଶତ ବାର୍ଷିକୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦୁର୍ଗା ମଣ୍ଡପ କ୍ଳବ୍ ଗୃହ ଠାରେ ଅନୁଷ୍ଠିତ ହୋଇଛି। ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ର ଆରମ୍ଭ ରେ ପୂର୍ବତନ ସଦସ୍ୟ ସ୍ବର୍ଗତ ସତ୍ୟ ନାରାୟଣ ଶତପଥୀ ଏବଂ ସ୍ବର୍ଗତ ବୀରେନ୍ଦ୍ର ନାଥ ବାଣୁଆ ଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂପାଦକ ହେମନ୍ତ ସାହୁ, ଉପ ସଭାପତି ଚିତ୍ତ ରଞ୍ଜନ ବାଗ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ ,ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ମଞ୍ଚାସନ ରହିଥିଲେ । ସମସ୍ତ ସଦସ୍ୟ ଶତ ବାର୍ଷିକୀ ସମାରୋହ କୁ ମହାସମାରୋହରେ ରେ ପାଳନ କରିବା ନେଇ ମତ ପ୍ରକାଶ କରିଥଲେ । ସ୍ଥାୟୀ କମିଟି ସହ ଶତ ବାର୍ଷିକୀ ପାଳନ ପାଇଁ ଏକ ଏଗାର ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ରେ ସର୍ବସମ୍ମତି କ୍ରମେ ଜୀବେଶ କୁମାର ପଣ୍ଡା,ବିକାଶ ରଞ୍ଜନ ସିଂହଦେଓ, ଦେବେଶ ମାଧବ ସିଂହ ଦେଓ, ଶ୍ରୀକାନ୍ତ ହୋତା, ସପନ କୁମାର ପଟ୍ଟନାୟକ,ରମାକାନ୍ତ ପ୍ରହରାଜ, ରାକେଶ ଶତପଥୀ, ନୀଳ ମାଧବ ସିଂହ ଦେଓ,ସତ୍ୟ ନାରାୟଣ ସାହୁ,ପ୍ରଦୀପ ସିଂହ ,ସଂଯୁକ୍ତା ପୁରୋହିତ ମନୋନୀତ ହେଇଥିଲେ।ସ୍ଥାୟୀ କାର୍ଯ୍ୟକାରୀ କମିଟିର ସଦସ୍ୟ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସନ୍ତୋଷ ଦୁବେ, ରଶ୍ମି ରଞ୍ଜନ ପ୍ରହରାଜ, ଦେବେନ୍ଦ୍ର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ସାହୁ, ରଜନୀ କାନ୍ତ ବଗର୍ତ୍ତି, ଉପେନ୍ଦ୍ର ମହାଖୁଡ ,ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଲଳିତ ମହାଳିକ, ଅଶୋକ ପଟ୍ଟନାୟକ, କୁବେର ମହାଖୁଡ , ମାଗୁଣି ପୁରୋହିତ, କମ୍ବୁ ପାଣି ମିଶ୍ର , ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ଶରତ ଚନ୍ଦ୍ର ମହାରଣା, ମଳୟ ତ୍ରିପାଠୀ, ,ବାନମାଳୀ ଦଣ୍ଡସେନା, ବିକାଶ ଆଚାର୍ଯ୍ୟ, ଡମ୍ବରୁ ଧର ଭୋଇ, ଧୀରେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ପାତ୍ର, ଲଳିତ ମହାଖୁଡ , କୁମର ମଣି ନାଗ, ପ୍ରଦୀପ କୁମାର ସିଂ, ଦାଶରଥି ଧଙ୍ଗଡା ମାଝୀ, ସତ୍ୟ ଜିତ୍ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ,ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ନଭେମ୍ବର ମାସ କୋଡିଏ ତାରିଖ ରେ ପରିଚାଳନା କମିଟି ଓ ଶତ ବାର୍ଷିକୀ କମିଟି ର ଏକ ବୈଠକ କରାଯାଇ ଶତ ବାର୍ଷିକୀ ସମାରୋହ ର ସମ୍ପୂର୍ଣ୍ଣ ରୂପ ରେଖ ପ୍ରସ୍ତୁତ କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

କ୍ଲଷ୍ଟର ସ୍ଥରୀୟ କର୍ମଶାଳା ପଢିବାକୁ ଶିଖିବା- ଶିଖିବାକୁ ପଢ଼ିବା ଆୟୋଜିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!