ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା।

କୋକସରା,୨୦/୧୧ (ମ ନି ସ)  ସେ ମଣିଷ ହେଉ କି ପଶୁ ମା’ ର ମମତା ଅନାବିଳ । ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ। ଶନିବାର ପାହାନ୍ତାରୁ ସଡକ ପାର ହେଉଥିବା ବେଳେ ଏକ କୁନି କୁକୁର ଛୁଆକୁ କୌଣସି ଏକ ଗାଡି ମାଡି ଯିବା ଫଳରେ ତାର ମୃତ୍ୟୁ ହୋଇଥିଲା ।ହେଲେ ଛୁଆର ମୃତ୍ୟୁ ପରେ ମା କୁକୁର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୃତ କୁକୁର ଛୁଆକୁ ଜଗି ବସିଛି। ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି ହେଲେ ସ୍ୱାର୍ଥପର ମଣିଷ ଆଗରେ ପଶୁର ଜୀବନର ମୁଲ୍ୟ ବୋଧେ କିଛି ନୁହେଁ। କେହି ଜଣେ ବି ଘଟଣାକୁ ନେଇ ସମ୍ବେଦନା ଦେଖାଉ ନାହାନ୍ତି। କୁକୁର ଛୁଆ ଜାଗାରେ ଯଦି କୌଣସି ମଣିଷ ଛୁଆ ହୋଇଥିଲେ ଘଟଣାକୁ ନେଇ କେତେ କଣ ଆନ୍ଦୋଳନ ହୋଇଥାନ୍ତା, ହେଲେ ନିରୀହ ପଶୁଟିଏ ବୋଲି କାହାର ଦରଦ ନାହିଁ। ସତରେ ଆମେ କେତେ ସ୍ୱାର୍ଥପର ! ଏହି ଘଟଣାକୁ ଦେଖିଲେ ବାସ୍ତବିକତା ବାରି ହେଉଛି। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବସଷ୍ଟାଣ୍ଡ ନିକଟରେ । ସେଠାରେ ରହୁଥିବା ଏକ ବୁଲା ମାଇଁ କୁକୁର ଗତକିଛି ଦିନତଳେ ୪ ଟି କୁକୁର ଛୁଆ ଙ୍କୁ ଜନ୍ମ ଦେଇଥିଲା। ହେଲେ ତା’ମଧ୍ୟରୁ ଏକ କୁକୁର ଛୁଆ ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଗାଡି ଧକ୍କା ଦେବା ଫଳରେ ମୃତ୍ୟୁ ହୋଇ ଯାଇଥିଲା। ପରେ ମା କୁକୁରର ନିଜ ଛୁଆ ପ୍ରତି ଅନାବିଳ ସ୍ନେହ ବାରି ହୋଇ ପଡି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Related posts

ଟ୍ରକ ଓ ମୋଟରସାଇକେଲ ଧକ୍କା ୧ ମୃତ

Sunil Chandra Nayak

ନିମ୍ନ ମାନର ଛତୁଆ ବଣ୍ଟନ ନେଇ ଉପ ଜିଳାପାଳଙ୍କୁ ବ୍ଲକ ଅଧ୍ୟକ୍ଷ ସମେତ ସରପଞ୍ଚ୍ ଲେଖିଲେ ଚିଠି

Sunil Chandra Nayak

ଜୀବନବିନ୍ଦୁ ସଂଯୋଜକଙ୍କ ଜନ୍ମ ଦିବସରେ ରକ୍ତ ଦାନ ଶିବିର ଆୟୋଜିତ

Leave a Comment

error: Content is protected !!