ପାପଡାହାଣ୍ଡି 20/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ସତାନାମୀ ସାହି ରେ ଏକ ଅଭାବନୀୟ ଘଟଣା ଘଟିଛି ଚାରି ଦିନ ପୂର୍ବେ ପୁଅ ର ଢେଲା ମାଡ଼ରେ ଗୁରୁତର ବାପାର ରବିବାର ମୃତ୍ୟୁ ହୋଇଛି | ମୃତ୍ୟୁ ବ୍ୟକ୍ତି ସାହି ର ଅମ୍ରିତ ଶତନାମୀ | ତାଙ୍କ ପୁଅ ଈଶ୍ୱର ନାରେ ହତ୍ୟା ମାମଲା ରୁଜୁ କରି ଅଟକ ରଖିଛି ପୋଲିସ | ସୂଚନା ଅନୁଯାୟୀ ପାପଡାହାଣ୍ଡି ସତାନାମୀ ସାହି ର ଅମ୍ରିତ ସତନାମୀ (50) ଗୁରୁବାର ଦିନ 1 ଘଣ୍ଟା ସମୟରେ ନିଜ ଘର ବାରଣ୍ଡା ରେ ବସିଥିଲେ | ଏହି ସମୟରେ ନିଜ ବଡ଼ ପୁଅ ଇଶ୍ୱର ସତନାମୀ (23)ଘର କୁ ଆସିଥିଲେ | ଏହି ସମୟରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା | ପୂର୍ବରୁ ମଧ୍ୟ ଘରଇ କୋଳି କୁ ନେଇ ଉଭୟ ମଧ୍ୟରେ ଝଗଡା ଲାଗି ରହିଥିଲା | ଗୁରୁବାର ଦିନ ଉଭୟ ମଧ୍ୟରେ ଝଗଡା କୁ ନେଇ ପୁଅ ଇଶ୍ୱର ଏକ ଢେଲା ପଥର ସାହାଯ୍ୟ ରେ ବାପା ଅମ୍ରିତ କୁ ମୁଣ୍ଡରେ ଆଘାତ କରି ଗୁରୁତର କରିଦେଇଥିଲା | ପରିବାର ଲୋକ ତୁରନ୍ତ ଅମ୍ରିତ କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ, ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସମୟରେ ଘରକୁ ଫେରାଇ ଆଣିଥିଲେ | ରବିବାର ସକାଳ 3 ଘଣ୍ଟା ସମୟରେ ଅମ୍ରିତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯଇଥିଲା କିନ୍ତୁ ଚିକିତ୍ସାଳୟ ନେବା ସମୟରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା | ପରିବାର ଲୋକ ଶବ କୁ ଘରକୁ ଫେରାଇଆଣିଥିଲେ | ଏନେଇ ମୃତ ଅମ୍ରିତ ଙ୍କ ସାନପୁଅ ଧନୁ ସତାନାମୀ ଥାନା ରେ ଏତଲା ଦେବା ପରେ ପୋଲିସ କେଶନଂ 196/22 ମାମଲା ରୁଜୁ କରି ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଈଶ୍ୱର କୁ ଥାନା ରେ ଅଟକ ରଖିଛି | ଏକ ସାଇଣ୍ଟିଫିକ ଟିମ ଘଟନାସ୍ଥଳ ପହଞ୍ଚି ଛାନଭିନ୍ନ କରିଥିଲା | ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିବା ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ
previous post
next post