ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

ପାପଡାହାଣ୍ଡି 20/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ସତାନାମୀ ସାହି ରେ ଏକ ଅଭାବନୀୟ ଘଟଣା ଘଟିଛି ଚାରି ଦିନ ପୂର୍ବେ ପୁଅ ର ଢେଲା ମାଡ଼ରେ ଗୁରୁତର ବାପାର ରବିବାର ମୃତ୍ୟୁ ହୋଇଛି | ମୃତ୍ୟୁ ବ୍ୟକ୍ତି ସାହି ର ଅମ୍ରିତ ଶତନାମୀ | ତାଙ୍କ ପୁଅ ଈଶ୍ୱର ନାରେ ହତ୍ୟା ମାମଲା ରୁଜୁ କରି ଅଟକ ରଖିଛି ପୋଲିସ | ସୂଚନା ଅନୁଯାୟୀ ପାପଡାହାଣ୍ଡି ସତାନାମୀ ସାହି ର ଅମ୍ରିତ ସତନାମୀ (50) ଗୁରୁବାର ଦିନ 1 ଘଣ୍ଟା ସମୟରେ ନିଜ ଘର ବାରଣ୍ଡା ରେ ବସିଥିଲେ | ଏହି ସମୟରେ ନିଜ ବଡ଼ ପୁଅ ଇଶ୍ୱର ସତନାମୀ (23)ଘର କୁ ଆସିଥିଲେ | ଏହି ସମୟରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା | ପୂର୍ବରୁ ମଧ୍ୟ ଘରଇ କୋଳି କୁ ନେଇ ଉଭୟ ମଧ୍ୟରେ ଝଗଡା ଲାଗି ରହିଥିଲା | ଗୁରୁବାର ଦିନ ଉଭୟ ମଧ୍ୟରେ ଝଗଡା କୁ ନେଇ ପୁଅ ଇଶ୍ୱର ଏକ ଢେଲା ପଥର ସାହାଯ୍ୟ ରେ ବାପା ଅମ୍ରିତ କୁ ମୁଣ୍ଡରେ ଆଘାତ କରି ଗୁରୁତର କରିଦେଇଥିଲା | ପରିବାର ଲୋକ ତୁରନ୍ତ ଅମ୍ରିତ କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ, ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସମୟରେ ଘରକୁ ଫେରାଇ ଆଣିଥିଲେ | ରବିବାର ସକାଳ 3 ଘଣ୍ଟା ସମୟରେ ଅମ୍ରିତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯଇଥିଲା କିନ୍ତୁ ଚିକିତ୍ସାଳୟ ନେବା ସମୟରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା | ପରିବାର ଲୋକ ଶବ କୁ ଘରକୁ ଫେରାଇଆଣିଥିଲେ | ଏନେଇ ମୃତ ଅମ୍ରିତ ଙ୍କ ସାନପୁଅ ଧନୁ ସତାନାମୀ ଥାନା ରେ ଏତଲା ଦେବା ପରେ ପୋଲିସ କେଶନଂ 196/22 ମାମଲା ରୁଜୁ କରି ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଈଶ୍ୱର କୁ ଥାନା ରେ ଅଟକ ରଖିଛି | ଏକ ସାଇଣ୍ଟିଫିକ ଟିମ ଘଟନାସ୍ଥଳ ପହଞ୍ଚି ଛାନଭିନ୍ନ କରିଥିଲା | ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିବା ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ଗିରଫ ହେଲେ ଠକ…

କାମାକ୍ଷାନଗରରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରଜ

Sunil Chandra Nayak

Leave a Comment

error: Content is protected !!