ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରାଇଭର ମହାସଂଘ ପଦଯାତ୍ରା ଓ ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି 20/11, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ରବିବାର ପଦଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଡ୍ରାଇଭର ମହାସଂଘ ସଭାପତି ବଳରାମ ଯାନୀ ଙ୍କ ସଭାପତିତ୍ୱ ରେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ନୀଳକଣ୍ଟେଶ୍ୱର ମନ୍ଦିର ନିକଟରୁ ପଦଯାତ୍ରା ବାହାରି ହାତରେ ପ୍ଲାକ କାର୍ଡ ଧରି ନାରା ଦେଇଥିଲେ | ଜନଜାତି ସଂଗ୍ରହାଳୟ ନିକଟରେ ପହଂଚିଥିଲେ | ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଡ୍ରାଇଭର ମହାସଂଘ ସଭାପତି ଦିଲ୍ଲୀପ ସୁନା, ଉପସଭାପତି ରାଜୁ ସାଗର, ସଂପାଦକ ଅକ୍ଷୟ ସାହୁ, ସହ ସମ୍ପାଦକ ସୁକାନ୍ତ ବାବୁ, ବ୍ଲକ ସଭାପତି ବଳରାମ ଯାନୀ, ଉପ ସଭାପତି ତାପସ ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହିଥିଲେ | ଏହି ଅବସରେ ଅତିଥିମାନେ କହିଥିଲେ ବିଗତ ଦିନେ ଓଡିଶା ମହାସଂଘ 10 ଦଫା ଦାବି କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଉପସ୍ଥାପନା କରିଥିଲେ, ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନା ର ଏକ ମାସ ମଧ୍ୟରେ ଦାବିପୂରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି | ବିଗତ ଦିନରେ ସମ୍ବଲପୁର ଠାରୁ ମୁଖ୍ୟମନ୍ତ୍ରୀ ନିବାସ ପର୍ଯ୍ୟନ୍ତ ଦଣ୍ଡଯାତ୍ରା କରି ପହଞ୍ଚଥିଲୁ ଏହା ପରେ ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ଦୁଃଖ ବୁଝିବେ ବୋଲି ପ୍ରତିଶୁତି ଦେଇଥିଲେ | ସେହିପରି ଆଗାମୀ ଦିନ ରେ ସଂଘ ସମସ୍ତ ଡ୍ରାଇଭର ଭାଇ ମାନଙ୍କ ଭିନ୍ନ ଭିନ୍ନ ସମସ୍ୟା ସହ ଜଡିତ ରହିଥିବା ସମସ୍ୟା ର ସମଧାନ କରିବାକୁ ଚେଷ୍ଟା କରିବ ବୋଲି ଅତିଥି ମାନେ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଯୋଗେଶ ନାୟକ, ନିଲମ, ଅର୍ଜୁନ, ମନୋଜ ସହ ବ୍ଲକ ଡ୍ରାଇଭର ସଙ୍ଗ ର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ନାରୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି

Leave a Comment

error: Content is protected !!